ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ତୁଳନାରେ ଗାଜର ମୁଖ୍ୟତଃ ଏକ ଉପକାରୀ ପରିବା ଓ ଏହା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଏଭଳି ଅନେକ କାରଣ ରହିଛ...
ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ତୁଳନାରେ ଗାଜର ମୁଖ୍ୟତଃ ଏକ ଉପକାରୀ ପରିବା ଓ ଏହା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଏଭଳି ଅନେକ କାରଣ ରହିଛି ଯେଉଁଥି ପାଇଁ ଆପଣଙ୍କୁ ଅନ୍ତ୍ୟତଃ ସପ୍ତାହରେ ଦୁଇଥର ଗାଜର ଖାଇବା ଅତ୍ୟନ୍ତ ଜରୁରୀ । ଏଥିରେ ଉପଲବ୍ଧ ଥିବା ଭଟା-କାରୋଟେନ୍ କମ୍ପାଉଣ୍ଡ୍ କାରଣରୁ ଶରୀର ସୁସ୍ଥ ରହିଥାଏ । ଏଥିସହ ବିଭିନ୍ନ ରୋଗବ୍ୟାଧିରୁ ଶରୀରକୁ ରକ୍ଷା ମଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ।
• ସାଧାରଣତଃ ରକ୍ତକୁ ନିର୍ମଳ ରଖିବାରେ ଗାଜର ଅତ୍ୟନ୍ତ ଉପକାରୀ । ପ୍ରତିଦିନ ଗାଜର କିମ୍ବା ଏହାର ରସକୁ ପିଇବା ଦ୍ୱାରା ଏହା ପ୍ରାକୃତିକ ଉପାୟରେ ଶରୀରରେ ଥିବା ରକ୍ତକୁ ସଫା ରଖିଥାଏ ।
• ବିଶେଷ କରି ଗାଜର ଖାଇବା ଦ୍ୱାରା ହଜମ ଜନିତ ସମସ୍ୟାରୁ ରକ୍ଷା ପାଇହେବ । ତେବେ ଶରୀରରେ ପାଚନପ୍ରକ୍ରିୟା ସୁଚାରୁ ରୂପେ ଚଳାଇବା ପାଇଁ ହେଲେ ଦିନକୁ ଦୁଇ ଥର ଲେଖାଏଁ ଲାଲ ରଙ୍ଗର ଗାଜର ଖାଇବାକୁ ଚେଷ୍ଟା କରନ୍ତୁ । ଏହିଭଳି ନିୟମିତ ଭାବେ ସେବନ କରିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
• ଗାଜରର ପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ । ଗାଜରରେ ଥିବା ଭିଟାମିନ-ଏ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କଠାରେ ଦୂର ଦୃଷ୍ଟି ତଥା ମୋତିଆବିନ୍ଦୁ ଭଳି ସମସ୍ୟା ରହିଛି ଏହାକୁ କଂଚା କିମ୍ବା ଏହାର ରସକୁ ନିୟମିତ ରୂପେ ସେବନ କଲେ ଏହା ଶରୀର ପାଇଁ ଫଳପ୍ରଦ ହୋଇଥାଏ ।
• ଗାଜର ଖାଇବା ଦ୍ୱାରା ଶରୀରକୁ ଆଉ ଏକ ଫାଇଦା ମିଳିଥାଏ । ଏଥିରେ ଥିବା ଔଷଧିୟ ଗୁଣ ସାଧାରଣତଃ ପୁରୁଷଙ୍କଠାରେ ଦେଖାଦେଉଥିବା ମଧୁମେହ ଭଳି ସମସ୍ୟାକୁ ସଂପୂର୍ଣ୍ଣ ରୂପେ ଦୂର କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ନିଜ ଖାଦ୍ୟରେ ଗାଜରକୁ ସାମିଲ କରିବା ଉଚିତ । କାରଣ ଏଥିରେ ଥିବା ପୋଷଣ ଶରୀରରେ ଥିବା ଇନ୍ସୁଲିନର ମାତ୍ରାକୁ ଠିକ୍ ଭାବରେ ବଜାୟ ରଖିବାରେ ସହାୟକ ହୋଇଥାଏ ।
• ଅଧିକାଂଶ ଲୋକଙ୍କଠାରେ ସାଧାରଣତଃ ହୃଦଘାତ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଗାଜରକୁ ସାମିଲ କରିବା ଦ୍ୱାରା ଏହା ହୃଦୟକୁ ସୁସ୍ଥ ରଖିବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
• ରକ୍ତଚାପ ନିୟନ୍ତ୍ରଣ କରିବାରେ ଗାଜରର ମଧ୍ୟ ଏକ ମୁଖ୍ୟ ଭୂମିକା ରହିଛି । ନିୟମିତ ରୂପେ ଗାଜର କିମ୍ବା ତାର ରସକୁ ସେବନ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ରକ୍ତ ସଂଚାଳନକୁ ନିୟନ୍ତ୍ରିତ କରିବା ସହ ରକ୍ତଚାପ ଭଳି ସମସ୍ୟାକୁ ଦୂର କରିଥାଏ ।
• ଗାଜର ଖାଇବା ଦ୍ୱାରା ମଧ୍ୟ ଶରୀରର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଥାଏ । ଖାଲି ସେତିକି ନୁହେଁ ଏଥିରେ ଥିବା କୋଲାଜେନ ନାମକ ପୋଷଣର ଉତ୍ପାଦନ କ୍ଷମତା ଅଧିକ ଥିବାରୁ ଏହା ତ୍ୱଚାକୁ ସତେଜ ଓ ଉଜ୍ଜଳତା ମଧ୍ୟ କରିଥାଏ ।
COMMENTS