ସାଧାରଣତ କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। କିନ୍ତୁ ଶରୀରକୁ ସୁସ୍ଥ ରଖିବାରେ ଏହି ଖାଦ୍ୟ ର ଭୂମିକା ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ତେବେ କେଉଁ...
ସାଧାରଣତ କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। କିନ୍ତୁ ଶରୀରକୁ ସୁସ୍ଥ ରଖିବାରେ ଏହି ଖାଦ୍ୟ ର ଭୂମିକା ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ କଞ୍ଚା ରସୁଣ ର ଆବଶ୍ୟକତା ରହିଛି ଜାଣନ୍ତୁ କିଛି ଘରୋଇ ଉପଚାର ।
୧॰ ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଖାଲି ପେଟରେ ଚୋବାଇ ଖାଆନ୍ତୁ ଏବଂ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ ।
୨॰ ରକ୍ତରେ କୋଲେଷ୍ଟ୍ରଲ୍ର ମାତ୍ରା ବଢ଼ିଲେ ହୃଦ୍ ଜନିତ ସମସ୍ୟା ଆରମ୍ଭ ହୁଏ । ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍ କରିବା ପାଇଁ ରସୁଣ ଆମର ବହୁତ ଉପକାରରେ ଲାଗିଥାଏ ।
୩॰ ଶରୀରରେ ଟକ୍ସିନ୍ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍ ପରି ସମସ୍ୟା ଦେଖାଯାଏ ।ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ ।
୪॰ ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।
୫॰ ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା ।
୬॰ ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ ।
୭॰ ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
ଆସନ୍ତୁ ଜାଣିବା କଞ୍ଚା ପିଆଜ କେତେ ଦରକାରୀ ।
COMMENTS