ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ମଞ୍ଚ ଅଭିନେତ୍ରୀ ବଦନି ସାମଲ ଙ୍କର ଶିକୁଳି ବନ୍ଧା ଜୀବନ
HomeLatestenews

ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ମଞ୍ଚ ଅଭିନେତ୍ରୀ ବଦନି ସାମଲ ଙ୍କର ଶିକୁଳି ବନ୍ଧା ଜୀବନ

ଦିନଥିଲା ରଙ୍ଗମଞ୍ଚରେ ଯେଉଁ ନାୟିକାଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା, ଆଜି ସେହି ନାୟିକା ବନ୍ଧା ପଡିଛନ୍ତି ଲୁହା ଶିକୁଳିରେ। ଦିନେ ରଙ୍ଗମଞ୍ଚରେ ଯେଉଁ ନାୟିକ...

To Premare Padila Pare - Odia Movie - MOTION Poster - Debraj & Chinmaye...
Emiti Bi Heipare Is Ready To Hit Silver Screens Very Soon In July
Satya Weds Sabi Modern Savitri Of Kaliyug Comedy Video Mr Gulua
ଦିନଥିଲା ରଙ୍ଗମଞ୍ଚରେ ଯେଉଁ ନାୟିକାଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା, ଆଜି ସେହି ନାୟିକା ବନ୍ଧା ପଡିଛନ୍ତି ଲୁହା ଶିକୁଳିରେ। ଦିନେ ରଙ୍ଗମଞ୍ଚରେ ଯେଉଁ ନାୟିକାଙ୍କ ପାଦ ନାଚି ନାଚି ଅଧିର ହୋଇଯାଉଥିଲା, ଆଜି ଦୁର୍ଭାଗ୍ୟକୁ ସେହି ପାଦ ଓ ହାତରେ ଲୁହାର ବେଡି ପଡିଛି। ଦିନଥିଲା ରଙ୍ଗମଞ୍ଚରେ ବିଭିନ୍ନ କାହାଣୀରେ ଅଭିନୟ କରୁଥିବା ନାୟିକା ଆଜି ନିଜେ ଏକ କାହାଣୀ ପାଲଟି ଯାଇଛନ୍ତି। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବରଜ ବାହାକୁଦ ଗ୍ରାମର ବଦାନୀ ସାମଲ ଙ୍କ କାହାଣୀ।

୩ ବର୍ଷ ଧରି ଶିକୁଳି ବନ୍ଧନରୁ ମୁକ୍ତ ହୋଇଛନ୍ତି ୧୯ ବର୍ଷ ର ମଞ୍ଚ ଅଭିନେତ୍ରୀ ବଦନି ସାମଲ । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରି କଟକ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏହି ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବରଜ ଗାଁର ଶିବ ସାମଲ ଓ ପୁଷ୍ପା ସାମଲଙ୍କ ଝିଅ ବଦନି ୫ମ ଶ୍ରେଣୀ ପାଠ ଛାଡ଼ିଲା ପରେ ଯାତ୍ରା ପାର୍ଟିରେ ମିଶିଥଲେ। ଘରର ଏକମାତ୍ର ରୋଜଗାରିଆ ଝିଅ ଭାବେ ପରିବାର ପ୍ରତିପୋଷଣ ମଧ୍ୟ କରୁଥିଲେ। କିନ୍ତୁ ୩ ବର୍ଷ ପୂର୍ବେ ଦିନେ ଯାତ୍ରା ଚାଲିଥିବା ବେଳେ ହଠାତ୍‌ ତାଙ୍କ ମାନସିକ ସ୍ଥିତି ବିଗିଡ଼ିଗଲା । ଶେଷକୁ ଅତିଷ୍ଠ ହୋଇ ବାପାମା’ ତାଙ୍କ ହାତରେ ମୋଟା ଲୁହା ଶିକୁଳି ବାନ୍ଧି ଘରେ ପକାଇ ରଖୁଥିଲେ।

ବଦାନୀଙ୍କ ପରିବାର କହିଲେ ବୁଢା ବାପା ଓ ମା। ବୁଢା ବାପା ମଜୁରି ଲାଗିଲେ ଘରେ ଚୂଲି ଜଳେ। ତେଣୁ ଅତି କମ ବୟସରୁ ପରିବାରର ବୋଝ ଉଠାଇଥିଲା ବଦାନୀ। କିନ୍ତୁ ମୁଣ୍ଡ ଖରାପ ହେବା ପରେ ସତେ ଯେମିତି ଝଡ ମାଡି ଆସିଛି ପରିବାର ଉପରେ। ଗୋଟିଏ ଓଳି ଖାଇବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି। ସକାଳୁ ଉଠିଲେ ଯେଉଁଠି ଦୁଇ ଓଳି ଖାଇବା କଥା ଚିନ୍ତା କରିବାକୁ ପଡେ ସେଠି ବଦାନୀର ବଡମେଡିକାଲରେ ଚିକିତ୍ସା କରିବା କଥା ତ ସାତ ସପନ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସହଯୋଗ ପାଇଁ ହାତ ବଢାଇଛି। ବଦାନୀକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମାନସିକ ୱାର୍ଡରେ ବଦାନୀର ଚିକିତ୍ସା କରାଯିବ। ଚିକିତ୍ସା ପରେ ବଦଳିଯାଇପାରେ ବଦାନୀ ଙ୍କ ଜୀବନର ରଙ୍ଗ ।

ମହାକାଳପଡ଼ା ବିଡ଼ିଓ ପ୍ରଶାନ୍ତ ରାଉତ ଓ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ବଦନି ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ କୌଣସି ମାନସିକ ରୋଗ ବିଶେଷଜ୍ଞ ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ବଦନିଙ୍କ ପରିବାର ପାଇଁ ଭାସି ଯାଉଥିବା କୁଟାଖିଅ ସଦୃଶ ବୋଲି କହି କାନ୍ଦକାନ୍ଦି କହିଛନ୍ତି ମା’ ପୁଷ୍ପା । ବାପାମା’ ଏବେ ମାନସିିକ ରୋଗ ବିଭାଗର ଓ୍ଵାର୍ଡ଼ ବାହାରେ ଝିଅକୁ ଜଗି ରହିଛନ୍ତି।

Name

enews,156,Latest,600,
ltr
item
EnewsOdia: ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ମଞ୍ଚ ଅଭିନେତ୍ରୀ ବଦନି ସାମଲ ଙ୍କର ଶିକୁଳି ବନ୍ଧା ଜୀବନ
ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ମଞ୍ଚ ଅଭିନେତ୍ରୀ ବଦନି ସାମଲ ଙ୍କର ଶିକୁଳି ବନ୍ଧା ଜୀବନ
http://enewsodia.com/wp-content/uploads/2017/07/%E0%AC%85%E0%AC%AD%E0%AC%BF%E0%AC%A8%E0%AD%9F%E0%AC%B0%E0%AD%87-%E0%AC%A6%E0%AC%B0%E0%AD%8D%E0%AC%B6%E0%AC%95%E0%AC%99%E0%AD%8D%E0%AC%95-%E0%AC%B9%E0%AD%83%E0%AC%A6%E0%AD%9F-%E0%AC%9C%E0%AC%BF%E0%AC%A4%E0%AC%BF%E0%AC%A5%E0%AC%BF%E0%AC%AC%E0%AC%BE-%E0%AC%AE%E0%AC%9E%E0%AD%8D%E0%AC%9A-%E0%AC%85%E0%AC%AD%E0%AC%BF%E0%AC%A8%E0%AD%87%E0%AC%A4%E0%AD%8D%E0%AC%B0%E0%AD%80-%E0%AC%AC%E0%AC%A6%E0%AC%A8%E0%AC%BF-%E0%AC%B8%E0%AC%BE%E0%AC%AE%E0%AC%B2-%E0%AC%99%E0%AD%8D%E0%AC%95%E0%AC%B0-%E0%AC%B6%E0%AC%BF%E0%AC%95%E0%AD%81%E0%AC%B3%E0%AC%BF-%E0%AC%AC%E0%AC%A8%E0%AD%8D%E0%AC%A7%E0%AC%BE-%E0%AC%9C%E0%AD%80%E0%AC%AC%E0%AC%A8.jpg
EnewsOdia
https://enewsodiaofficial.blogspot.com/2017/07/blog-post_1.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/07/blog-post_1.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy