ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ନଦୀ ସେତୁ ସମେତ ୫ଟି ସଡକ ନିର୍ମାଣ ପ୍ରକଳ୍ପର ଶି...
ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ନଦୀ ସେତୁ ସମେତ ୫ଟି ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ।
ବ୍ରାହ୍ମଣୀ ନଦୀ ଉପରେଏହି ୬ ଲେନ୍ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ଭୂମିପୂଜନ ଉତ୍ସବରେ ଯୋଗ ଦେବା ପରେ ୨୩ ନମ୍ବର ଜାତୀୟ ରାଜପଥ ତଥା ନୂତନ ଜାତୀୟ ରାଜପଥ ୧୪୩ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଅନ୍ତିମ ସେକ୍ସନର ମଧ୍ୟ ଶିଳାନ୍ୟାସ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦିଲ୍ଲୀପ କୁମାର ରାୟ ମଧ୍ୟ ଉପସ୍ଥିତ ଥିଲେ।
ଏହି ସେତୁ ନିର୍ମାଣ ପାଇଁ ୪୭୬ କୋଟି ବ୍ୟୟବରାଦ ହୋଇଛି । ସେତୁର କାମ ସେପ୍ଟେମ୍ବର ଓ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଦେଢ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ସୂଚନା ଦେଇଛନ୍ତି ।
ଏଥିସହ ୨୩ ନମ୍ବର ଜାତୀୟ ରାଜପଥ ତଥା ନୂତନ ଜାତୀୟ ରାଜପଥ ୧୪୩ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଅନ୍ତିମ ସେକ୍ସନର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଯାଇ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଦିଲ୍ଲୀ ଫେରିଯିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
ଅଧିକ ଜାଣନ୍ତୁ ରମନାଥ କୋବିନ୍ଦ ଦେଶର ରାଷ୍ଟ୍ରପତି ।
COMMENTS