ଅଫିସ ଯାଉଛନ୍ତି କି? ଯାଣନ୍ତୁ କେଉଁ ସବୁ ଖାଦ୍ୟ ସକାଳ ଜଳଖିଆ ରେ ନେବା ଉଚିତ ନୁହେଁ
HomeLatest

ଅଫିସ ଯାଉଛନ୍ତି କି? ଯାଣନ୍ତୁ କେଉଁ ସବୁ ଖାଦ୍ୟ ସକାଳ ଜଳଖିଆ ରେ ନେବା ଉଚିତ ନୁହେଁ

ସକାଳୁ ସକାଳୁ ଅଫିସ ଯିବା ତରବରିଆରେ ଅଧିକାଂଶ ଲୋକ ଖାଲି ପେଟରେ ସକାଳ ଜଳଖିଆ ଯାହା ମିଳେ ତାକୁ ଖାଇ ବାହାରି ପଡନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଏଭଳି ଖରା...

Jatra Sri BiswaDarabara | Jatra Nights | Jatra Duniya - Kailash Behera -...
Priyanka Chopra And Sanjay Leela Bhansali’s Next Project Gustakhiyan
Chief Minister Released The Logo & TShirt For Odisha Tennis Premier League-2017
ସକାଳୁ ସକାଳୁ ଅଫିସ ଯିବା ତରବରିଆରେ ଅଧିକାଂଶ ଲୋକ ଖାଲି ପେଟରେ ସକାଳ ଜଳଖିଆ ଯାହା ମିଳେ ତାକୁ ଖାଇ ବାହାରି ପଡନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଏଭଳି ଖରାପ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭୟଙ୍କର । ତେବେ ଏନେଇ ବିଶେଷଜ୍ଞମାନେ କିଛି ଖାଦ୍ୟ ଜିନିଷ ଉପରେ ସଂପୂର୍ଣ୍ଣ ଭାବରେ ରୋକ୍ ଲଗାଇଛନ୍ତି କାରଣ ସେମାନଙ୍କ କହିବା କଥା ହେଲା ଯଦି ଏହିସବୁ ଖାଦ୍ୟକୁ ସାଧାରଣତଃ ଖାଲି ପେଟରେ ଖିଆ ଯାଏ ତେବେ ଏହାଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ ।

ମସଲାଯୁକ୍ତ ଖାଦ୍ୟ:
ସକାଳୁ ସକାଳୁ ବ୍ରେକ୍ ଫାଷ୍ଟରେ କେବେ ହେଲେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ବିଶେଷ କରି ଅଧିକ ଲଙ୍କା ବା ରାଗ ମସଲା ଖାଦ୍ୟ ଖାଇବା ଅନୁଚିତ୍ । ଏହାଦ୍ୱାରା ପୁରା ଦିନଟା ପେଟରେ ଏସିଡିଟି ହେବା ସହ ଏହା ଅର୍ଶ ବା ପାଇଲ୍ସ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ସଫ୍ଟ ଡ୍ରିଙ୍କ୍:
ସଫ୍ଟ ଡ୍ରିଙ୍କ୍ ତଥା ମୃଦୁ ପାନୀୟ ଜଳ ବିଶେଷ କରି କୋଲ୍ଡ ଡ୍ରିକ୍ସ ଆଦିକୁ ଖାଲି ପେଟରେ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ୍ ମିଶିକରି ରହିଥାଏ । ଏହା ପେଟର ଏସିଡ୍ ସହ ମିଶି ବିଭିନ୍ନ ରୋଗର କାରଣ ହୋଇଥାଏ । ଏହାଛଡା ଆପଣଙ୍କୁ ଗ୍ୟାସ୍ ଏବଂ ବାନ୍ତି ଭଳି ସମସ୍ୟାର ଶିକାର ହେବାକୁ ପଡିଥାଏ ।

ଥଣ୍ଡା ଜାତୀୟ ଖାଦ୍ୟ:
ଖାଲି ପେଟରେ ଭୁଲରେ ମଧ୍ୟ ଥଣ୍ଡା ଜାତୀୟ ପାନୀୟ ପଦାର୍ଥ କିମ୍ବା ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । ଯେପରିକି କୋଲ୍ଡ କଫି ଓ କୋଲ୍ଡ ଡ୍ରିଙ୍କ୍ ଇତ୍ୟାଦି । କାରଣ ଏହା ପେଟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ଏହା ପାଚନ କ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଖାଲି ପେଟରେ ଥଣ୍ଡା ଜାତୀୟ ଜିନିଷ ଖାଇବା କିମ୍ବା ପିଇବାଦ୍ୱାରା ହଜମ ଶକ୍ତି ହ୍ରାସ ପାଇଥାଏ । ତେଣୁ ଏହି ଜାଗାରେ ଗରମ ଗ୍ରୀନ୍ ଟି କିମ୍ବା ହାଲକା ମାତ୍ରାରେ ଉଷୁମ ପାଣି ପିଇ ଆପଣଙ୍କ ଦିନର ଶୁଭାରମ୍ଭ କରିବା ଉଚିତ ।

ଖଟା ଫଳ:
ଖାଲି ପେଟରେ ଖଟା ଜାତୀୟ ଫଳ ଖାଇବା ଉଚିତ୍ ନୁହେଁ । ଯେପରିକି କମଳା, ଲେମ୍ବୁ, ଅଙ୍ଗୁରୁ ଇତ୍ୟାଦି । ଏହାଦ୍ୱାରେ ପେଟରେ ଏସିଡ୍ ହୋଇଥାଏ । ଏକଥା ଠିକ୍ ଯେ, ଏହାଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ପ୍ରୋଟିନ୍ ମିଳିଥାଏ ସତ ମାତ୍ର ଏହା ଶରୀରରେ ପାଚନ ତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । ଏଥିପାଇଁ ଖଟା ଜାତୀୟ ଫଳକୁ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ ।

କଫି:
ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।ଏହାଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଯାଇଥଆଏ । କାରଣ କଫି ଶରୀରରେ ଥିବା ହାଇଡ୍ରୋକ୍କୋରିକ ଏସିଡକୁ ରୋକିଥାଏ ଯାହାଦ୍ୱାରା ଶରୀରର ଡାଇଜେଷ୍ଟିକ୍ ସିଷ୍ଟମ ଠିକ୍ ଭାବରେ ସଂଚଳନ ହୋଇ ପାରି ନଥାଏ ଆଉ ଯାହା ପାଇଁ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦେଖାଦେଇଥାଏ ।

Name

enews,156,Latest,600,
ltr
item
EnewsOdia: ଅଫିସ ଯାଉଛନ୍ତି କି? ଯାଣନ୍ତୁ କେଉଁ ସବୁ ଖାଦ୍ୟ ସକାଳ ଜଳଖିଆ ରେ ନେବା ଉଚିତ ନୁହେଁ
ଅଫିସ ଯାଉଛନ୍ତି କି? ଯାଣନ୍ତୁ କେଉଁ ସବୁ ଖାଦ୍ୟ ସକାଳ ଜଳଖିଆ ରେ ନେବା ଉଚିତ ନୁହେଁ
http://enewsodia.com/wp-content/uploads/2017/08/%E0%AC%85%E0%AC%AB%E0%AC%BF%E0%AC%B8-%E0%AC%AF%E0%AC%BE%E0%AC%89%E0%AC%9B%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%95%E0%AC%BF-%E0%AC%AF%E0%AC%BE%E0%AC%A3%E0%AC%A8%E0%AD%8D%E0%AC%A4%E0%AD%81-%E0%AC%95%E0%AD%87%E0%AC%89%E0%AC%81-%E0%AC%B8%E0%AC%AC%E0%AD%81-%E0%AC%96%E0%AC%BE%E0%AC%A6%E0%AD%8D%E0%AD%9F-%E0%AC%B8%E0%AC%95%E0%AC%BE%E0%AC%B3-%E0%AC%9C%E0%AC%B3%E0%AC%96%E0%AC%BF%E0%AC%86-%E0%AC%B0%E0%AD%87-%E0%AC%A8%E0%AD%87%E0%AC%AC%E0%AC%BE-%E0%AC%89%E0%AC%9A%E0%AC%BF%E0%AC%A4-%E0%AC%A8%E0%AD%81%E0%AC%B9%E0%AD%87%E0%AC%81.jpg
EnewsOdia
https://enewsodiaofficial.blogspot.com/2017/08/blog-post_93.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/08/blog-post_93.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy