ମୁହଁରେ ବ୍ରଣ ହେବା ଏକ ସ୍ଵାଭାବିକ ଲକ୍ଷଣ । ମୁହଁର ଚର୍ମ ଅପରିଷ୍କାର ହେଵା, ତେଲିଆ ହେଵା କିମ୍ବା ବୟସ ଦୋଷରୁ ବ୍ରଣ ଆସିଥାଏ । ଏହା ମୁହଁରେ ଦାଗ କରିଥାଏ ଏବଂ ଅସୁନ...
ମୁହଁରେ ବ୍ରଣ ହେବା ଏକ ସ୍ଵାଭାବିକ ଲକ୍ଷଣ । ମୁହଁର ଚର୍ମ ଅପରିଷ୍କାର ହେଵା, ତେଲିଆ ହେଵା କିମ୍ବା ବୟସ ଦୋଷରୁ ବ୍ରଣ ଆସିଥାଏ । ଏହା ମୁହଁରେ ଦାଗ କରିଥାଏ ଏବଂ ଅସୁନ୍ଦର ବି କରିଥାଏ । ତେଣୁ ବ୍ରଣ ପାଇଁ ସଜାଗ ରହିବ ଦରକାର । ମୁହଁର ବ୍ରଣ ଦୂର କରିବା ପାଇଁ ଯାଣନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର।
ମୁହଁର ବ୍ରଣ ଦୂର କରିବା ପାଇଁ ଘରୋଇ ଉପଚାର :
୧. କିଛି ପରିମାଣର ଲେମ୍ବୁ ରସ ଏବଂ ସମାନ ପରିମାଣର ତୁଳସୀ ପତ୍ର ରସକୁ ମିଶାଇ ଦିଅନ୍ତୁ | ଏହାକୁ ମୁହଁରେ ଲଗାଇ୧୦-୧୫ ମିନଟ ପରେ ମୁହଁ କୁ ଧୋଇ ଦିଅନ୍ତୁ |
୨. ୨ ଚାମଚ ଟମାଟୋ ରସ, ୧ ଚାମଚ କାକୁଡି ରସ, ଅଧା ଚାମଚ ଲେମ୍ବୁ ରସ ,୧ ଚାମଚ ହଳଦୀ ଗୁଣ୍ଡ ଏବଂ ୧ ଚାମଚ ବେସନକୁ ମିଶାଇ ମଲମ ତିଆରି କରନ୍ତୁ |ଏହି ମଲମ କୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ |
୩. ଶୁଖିଲା ନିମ ଗଛ ପତ୍ରର ଗୁଣ୍ଡ , ମୁଲତାନି ମାଟି ଏବଂ ଗୋଲାପ ଜଳକୁ ମିଶାଇ ମଲମ ତିଆରି କରନ୍ତୁ |ପ୍ରତିଦିନ ଏହାକୁ ମୁହଁରେ ମାରିଲେ ବ୍ରଣ ଦୂର ହୁଏ |
୪. ଗଙ୍ଗଶିଉଳିର ମଞ୍ଜିକୁ ଗୁଣ୍ଡ କରନ୍ତୁ |ଶୋଇବା ପୂର୍ବରୁ ଏହାକୁ କ୍ଷୀରରେ ମିଶାଇ ମୁହଁରେ ଲଗାନ୍ତୁ| ସକାଳେ ଉଠିଲା ପରେ ମୁହଁ ଧୋଇ ଦିଅନ୍ତୁ |ଏହା ବ୍ରଣ ସହ ବ୍ରଣ ଦାଗ ବି ଦୂର କରିବ |
୫. କିଛି ପୁଦିନା ପତ୍ରକୁ ବାଟି ସେଥିରେ କିଛି ଦହି ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ|
୬. ଗୋଟିଏ କଦଳୀକୁ ବାଟି କ୍ଷୀର ସହ ମିଶାଇ ମୁହଁରେ ଲଗାଇଲେ ଵ୍ରଣଦୁର ହୁଏ |ଏହା ବ୍ରଣ ପାଇଁ ଭଲ କାମ ଦିଏ |
୭. ଗୋଟିଏ କଦଳୀ କୁ ବାଟି ଏହାକୁ ତରଭୁଜ ରସ ସହ ମିଶାଇ ମୁହଁରେ ଲଗାନ୍ତୁ |ଏହା ବ୍ରଣ ପାଇଁ ବହୁତ ଭଲ ଉପଚାର |
୮. କିଛି ଗେଣ୍ଡୁ ଫୁଲର ପାଖୁଡାକୁ ଗରମ ପାଣିରେ କିଛି ସମୟ ଡୁବାଇ ରଖନ୍ତୁ |ତାକୁ ଛାଣି ମୁହଁରେ ମାଲିସ କରନ୍ତୁ | ୧୫ ମିନଟ ପରେ ମୁହଁକୁ ଟିକେ ଉଷୁମ ପାଣିରେ ଧୋଇ ଦିଅନ୍ତୁ |ଏହା ମଧ୍ୟ ବ୍ରଣ ପାଇଁ ଭଲ ଉପଚାର |
୯. କିଛି ତରଭୁଜ ମଞ୍ଜି କୁ ଗୁଂଡ କରନ୍ତୁ | ଏହାକୁ ପାଣିରେ ମିଶାଇ ମଲମ ତିଆରି କରନ୍ତୁ| ଏହି ମଲମକୁ ମୁହଁରେ ଲଗାନ୍ତୁ ଏବଂ ୧୫ ମିନଟ ପରେ ମୁହଁକୁ ଧୋଇ ଦିଅନ୍ତୁ |
୧୦. କିଛି ଶିମିଳି କଣ୍ଟା କୁ କ୍ଷୀର ରେ ଘୋରି ଲଗାଇଲେ ମଧ୍ୟ ବ୍ରଣ ରୁ ରକ୍ଷା ମିଳେ । ଏହାକୁ କିଛି ଦିନ କାଲେ ବ୍ରଣ ସହ ଦାଗ ମଧ୍ୟ ଦୂର ହୁଏ ।
୧୧. ସମାନ ପରିମାଣରେ ଲେମ୍ବୁ ରସ ଓ ମହୁ ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ| ୨୦-୨୫ ମିନଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ|ଏହା ମୁହଁରୁ ବ୍ରଣ ଏବଂ ତେଲିଆ ଅଂଶ ଦୂର କରିବ |
୧୨. ଲବଙ୍ଗକୁ ଚନ୍ଦନ ପେଡ଼ିରେ ଘୋରି ଲଗାଇଲେ ବ୍ରଣ ଦୂର ହୁଏ।
COMMENTS