ଅନୁଭବ ମହାନ୍ତି ଓ ଏଲିନା ସାମନ୍ତରାୟ ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି। ହଁ, ଏହି ଯୋଡିଙ୍କର ଆଗାମୀ ଓଡ଼ିଆ ସିନେମା ହେଲା କାବୁଲା ବାରବୁଲା - ସର୍ଚ୍ଚିଂ ଲୈଲା। ...
ଅନୁଭବ ମହାନ୍ତି ଓ ଏଲିନା ସାମନ୍ତରାୟ ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି। ହଁ, ଏହି ଯୋଡିଙ୍କର ଆଗାମୀ ଓଡ଼ିଆ ସିନେମା ହେଲା କାବୁଲା ବାରବୁଲା - ସର୍ଚ୍ଚିଂ ଲୈଲା। ଏହା ଏକ ରୋମାଣ୍ଟିକ୍ କମେଡି ବୋଲି ଜଣାଯାଇଛି। ଏଥିରେ ଅନୁଭବଙ୍କୁ ଜଣେ ଅଧାପାଠୁଆ ଯୁବକ ଭୂମିକାରେ ଦେଖିବାକୁ ମିଳିବ ଓ ଏଲିନା ବନିଛନ୍ତି ଜଣେ ଉଚ୍ଚଶିକ୍ଷିତା। ଉଭୟଙ୍କର ପ୍ରେମକାହାଣୀକୁ ନେଇ ନିର୍ମିତ ହେଉଛି ସିନେମା ‘କାବୁଲା ବାରବୁଲା, ସର୍ଚ୍ଚିଂ ଲୈଲା’। ଏହି ଫିଲ୍ମ ଜରିଆରେ ଅନୁଭବ ଓ ଏଲିନା ଯୋଡ଼ି ହାଟ୍ରିକ୍ କରିବେ।
ଅନୁଭବଙ୍କ ବିପକ୍ଷରେ ଏଲିନାଙ୍କୁ ପ୍ରଥମେ ‘ଜଗା ହାତରେ ପଘା’ରେ ଦେଖିବାକୁ ମିଳିଥିଲା। ଏହାପରେ ପୁଣି ଥରେ ଅନୁଭବ-ଏଲିନା ଯୋଡ଼ି ସାମ୍ନାକୁ ଆସିଥିଲେ ‘ଅଭୟ’ରେ । ପ୍ରଥମଟି ଅପେକ୍ଷା ଦ୍ୱିତୀୟ ସିନେମାରେ ଅନୁଭବ-ଏଲିନା ଯୋଡ଼ି ଅଧିକ ଆକର୍ଷଣୀୟ ମନେ ହୋଇଥିଲା ଓ ସିନେମା ଟି ମଧ୍ୟ ଅଧିକ ସଫଳତା ପାଇଥିଲା ।
କାବୁଲା ବାରବୁଲା ସିନେମାର ନିର୍ଦ୍ଦେଶକ ହେଉଛନ୍ତି ରମେଶ ରାଉତ, ଯିଏକି ପୂର୍ବରୁ ‘ଚାନ୍ଦନା ତୁମେ ତାରା’ ଏବଂ ‘ଗଡ଼ଫାଦର୍’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରେମ ଆନନ୍ଦ ଏହାର ସଂଗୀତା ନିଦେଶନା ରେ ଅଛନ୍ତି । ବିଦିଶା କ୍ରାଫ୍ଟ ଆଣ୍ଡ ଏବି ଫିଲ୍ମ୍ସ ବାନର ରେ ଏହି ସିନେମା ଟି ପ୍ରସ୍ତୁତ କରାଯାଇଛି ଓ ଦୂର୍ଗା ପୂଜା ସମୟରେ ପରଦା ଉପରକୁ ଆସିବ ବୋଲି ଜଣାଯାଇଛି ।
COMMENTS