ବେଳେବେଳେ ଲୋକମାନେ ନିଜର ଦାନ୍ତର ସୈାନ୍ଦର୍ଯ୍ୟ ପାଇଁ ଅଧିକ ଚିନ୍ତିତ ହୁଅନ୍ତି । ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବେଳେବେଳ...
ବେଳେବେଳେ ଲୋକମାନେ ନିଜର ଦାନ୍ତର ସୈାନ୍ଦର୍ଯ୍ୟ ପାଇଁ ଅଧିକ ଚିନ୍ତିତ ହୁଅନ୍ତି । ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବେଳେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ, କିମ୍ବା ହସିବା ସମୟରେ ମଧ୍ୟ ମୁହଁରେ ହାତ ଚାପିି ହସିବାକୁ ପଡେ । ତେଣୁ ଆମକୁ ଦାନ୍ତ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।
କାରଣ :
ଚା, କଫି, ତମାଖୁ ଓ ସିଗାରେଟର ଆଦିର ବହୁଳ ସେବନ ଦ୍ୱାରା ଦାନ୍ତ ହଳଦିଆ ପଡିଯାଏ । ଏସବୁ ବ୍ୟତିତ ବୟସ ବୃଦ୍ଧି ହେଲେ ମଧ୍ୟ ଦାନ୍ତ ହଳଦିଆ ଦେଖାଯାଏ । ଏମିତିରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମିଯାଏ । ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ତେବେ ଘରୋଇ ଉପଚାର କରି ଦାନ୍ତକୁ ସଫା କରିପାରିବେ ।
ଠିକ ଭାବରେ ଦାନ୍ତ ର ଯତ୍ନ ନନେଲେ ମଧ୍ୟ ଦାନ୍ତ ହଳଦିଆ ଓ ରୁଗ୍ଣ ହେଇଥାଏ ।
ଘରୋଇ ଉପଚାର:
ଆସନ୍ତୁ ଜାଣିବା କିଛି ସହଜ ଓ ଘରୋଇ ଉପଚାର ।
ବେକିଙ୍ଗ ସୋଡା: ବେକିଙ୍ଗ ସୋଡା ଦାନ୍ତରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ଓ ଦାନ୍ତକୁ ସଫା ମଧ୍ୟ ରଖେ । ଦାନ୍ତରୁ ହଳଦିଆପଣ ଦୂର କରିବା ପାଇଁ ଟୁଥପେଷ୍ଟରେ ବେକିଂ ସୋଡା ମିଶାଇ ଦାନ୍ତ ଘସନ୍ତୁ । ଆପଣ ବେକିଂ ସୋଡାକୁ ଲେମ୍ବୁ ସହ ମଧ୍ୟ ବ୍ୟବହାର କରିପାରିବେ ।
ତୁଳସୀ: ତୁଳସୀ ପତ୍ର ଦାନ୍ତରେ ହେଉଥିବା ରୋଗ ସହ ଲଢିବା ପାଇଁ ସାହାଯ୍ୟ କରେ । ତୁଳସୀକୁ ବ୍ୟବହାର କରବା ପାଇଁ ତୁଳସୀର ପତ୍ରକୁ ଶୁଖାଇ ଗୁଣ୍ଡ କରିନିଅନ୍ତୁ । ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ପେଷ୍ଟ ବନାଇ ପ୍ରୟୋଗ ମଧ୍ୟ କରି ହେବ ।
ଲେମ୍ବୁ: ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ କୁଳି କରନ୍ତୁ । ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ ।
ଷ୍ଟ୍ରବେରୀ: ଷ୍ଟ୍ରବେରୀରେ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ, ଦାନ୍ତର ହଳଦିଆପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ ।
ଲୁଣ: ଆପଣ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହର କରନ୍ତୁ । ଆପଣ ଲୁଣ ଓ ଅଙ୍ଗାର ମିଶାଇ ଘସନ୍ତୁ । ଏପରି କଲେ ଦାନ୍ତର ହଳଦିଆପଣ ବହୁତ ଯଲଦି ଦୂର ହୋଇଯିବ । ଏହାସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।
କମଳା ଚୋପା: ଦାନ୍ତର ହଳଦିଆପଣ ଦୁର କରିବା ପାଇଁ କମଳା ଚୋପାକୁ ରାତିରେ ଶୋଇବା ସମୟରେ ନିତିଦିନ ବ୍ୟବହାର କରନ୍ତୁ । କମଳା ଚୋପାରେ ଭିଟାମିନ ସି, ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବାରୁ ଦାନ୍ତକୁ ପୋକ ଦାଉରୁ ମଧ୍ୟ ରକ୍ଷା କରିହୁଏ । ନିୟମିତ ବ୍ୟବହାର କଲେ କିଛି ସପ୍ତାହ ପରେ ଆପଣ ପ୍ରଭାବ ଅନୁଭବ କରିପାରିବେ ।

COMMENTS