ଦେବକୀ ଫଲ୍ମସ୍ ନିବେଦିତ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ପ୍ରଯୋଜନା ଓ ସରୋଜ କାନ୍ତଙ୍କ ନିର୍ଦେଶନାରେ ନିର୍ମିତ ନୂଆ ଓଡ଼ିଆ ଫିଲ୍ମ "ତୋ ପ୍ରେମରେ ପଡ଼ିଲା ପରେ"...
ଦେବକୀ ଫଲ୍ମସ୍ ନିବେଦିତ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ପ୍ରଯୋଜନା ଓ ସରୋଜ କାନ୍ତଙ୍କ ନିର୍ଦେଶନାରେ ନିର୍ମିତ ନୂଆ ଓଡ଼ିଆ ଫିଲ୍ମ "ତୋ ପ୍ରେମରେ ପଡ଼ିଲା ପରେ" ଦଶହରା ପୂର୍ବରୁ ମୁକ୍ତିଲାଭ କରିବ । ଏହାର ଅଡିଓ ରିଲିଜ୍ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।
ନବାଗତ ନାୟକ ଦେବରାଜ ଓ ନାୟିକା ଚିନ୍ମୟୀଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହେବ। ନାୟକ ଦେବରାଜ ଏଥିରେ ଚାରୋଟି ଅଲଗା ଅଲଗା ରୂପରେ ଦର୍ଶକ ଙ୍କ ସମୁଖକୁ ଆସିବେ ।
ଏଥିରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଦାମୋଦର ରାଉତ, ସମ୍ମାନିତ ଅତିଥି ଭାବେ ସଂସାଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସଂଗୀତ ନିର୍ଦେଶକ ଜେ ଆଦାନିଙ୍କୁ ସମ୍ମାନିତ କରାଯାଇଥିଲା।
ସୂଚନା ଅନୁଯାୟୀ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ଦେଇଛନ୍ତି ଡ. ରଜନୀ ରଞ୍ଜନ। ବୈଦନାଥ ଦାସଙ୍କ ସଙ୍ଗୀତ ନିର୍ଦେଶନାରେ ଏଥିରେ ହ୍ୟୁମାନ ସାଗର, ତପୁ ମିଶ୍ର, ଅସୀମା ପଣ୍ଡା, ସଞ୍ଜୁ ଓ ସତ୍ୟ କଣ୍ଠଦାନ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ର କଳାକାର ଓ ଉଭୟ ରାଜ୍ୟର ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଗୀତ ରଚନା କରିଛନ୍ତି ଡ. ପ୍ରସନ୍ନ ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ ଓ ଜୟନ୍ତ।
କାହାଣୀ ଟି ପାରିବାରିକ କିମ୍ବା ପ୍ରେମ ଭିତିକ ଆପଣମାନେ ଦେଖିଲେ ଜାଣିପାରିବେ । ଏଥିରେ ନୂଆ ନାୟକ ନାୟିକା ଙ୍କ ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ବୋଲି ସମ୍ପୂର୍ଣ ଚେଷ୍ଟା କରାଯାଇଛି ।
COMMENTS