ସବୁଜ ପରିବା ଲାଉ ର କିଛି ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ନଜର ପକାଇବା
HomeLatest

ସବୁଜ ପରିବା ଲାଉ ର କିଛି ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ନଜର ପକାଇବା

ସବୁଜ ପରିବା ଲାଉ ଶରୀର ପାଇଁ ଅନେକ ଉପକାରୀ । ମାତ୍ର ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବାକୁ ଅନେକ ଲୋକ ପସନ୍ଦ କରି ନଥାନ୍ତି । ତେବେ ଲାଉକୁ ରୋଷେଇ କରି ଖାଇବାଦ୍ୱାର...

Trailer And Poster Of The Forthcoming Film 2016 The End Released
Real Pair Aishwarya & Abhishek Jointed Hands For A Biopic On Sahir Ludhianvi
Mu Khanti Odia Jhia - Odia Movie Releasing On 8 September
ସବୁଜ ପରିବା ଲାଉ ଶରୀର ପାଇଁ ଅନେକ ଉପକାରୀ । ମାତ୍ର ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବାକୁ ଅନେକ ଲୋକ ପସନ୍ଦ କରି ନଥାନ୍ତି । ତେବେ ଲାଉକୁ ରୋଷେଇ କରି ଖାଇବାଦ୍ୱାରାକିମ୍ବା ଏହାର ଜୁସ୍ ପିଇବାଦ୍ୱାରା କିି କି ଉପକାର ମିଳିଥାଏ ଜାଣିଲେ ଏହାପ୍ରତି ଆଗ୍ରହ ବଢିଯିବ । ଏହି ପରିବାଟିରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି । ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ସେଥିପାଇଁ ଗ୍ରୀଷ୍ମଦିନରେ ଝାଳ ବାହାରି ଶରୀରରେ ଜଳଶୁଷ୍କତା ଦେଖା ଯାଇଥାଏ । ତେବେ ଲାଉ ଖାଉଥିବା ଏବଂ ଏହାର ଜୁସ ପିଉଥିବା ବ୍ୟକ୍ତିଠାରେ ଜଳ ଶୁଷ୍କତା ଦେଖାଯାଇ ନଥାଏ ।

ଜାଣନ୍ତୁ ଲାଉର କିଛି ଉପକାରୀତା ଔଷଧିୟ ଗୁଣ ସଂପର୍କରେ . . .


• ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଉପକାରୀ । ଏଥିପାଇଁ ରସରେ ସାମାନ୍ୟ ରାଶି ତେଲ ମିଶାଇ ପିଇବାକୁ ପଡିଥାଏ ।

• ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର ।

• ପ୍ରଦୂଷିତ ବାତାବରଣ ଓ ଅପମିଶ୍ରଣ ଖାଦ୍ୟ ଖାଇବାଦ୍ୱାରା କେଶ ଝଡିବା ଓ କେଶ ପାଚିବା ପରି ରୋଗ ଦେଖା ଯାଇଥାଏ । ପ୍ରତିଦିନ ସକାଳୁ ଏକ ଗ୍ଲାସ୍ ଲାଉ ରସ ପିଇବାଦ୍ୱାରା କେଶ ପାଚିବା ସମସ୍ୟା ଏଡାଯାଇ ପାରିବ ।

• ମୁଣ୍ଡରେ ରୁପି ହେଉଥିଲେ ଏହାକୁ ଅଳାଁ ରସ ସହ ମିଶାଇ ପିଇଲେ ଏହା ଦୂର ହୋଇଥାଏ ।

• ଦୁଶ୍ଚିନ୍ତା ତଥା ମାନସିକ ଚାପରୁ ରକ୍ଷା ପାଇବାକୁ ହେଲେ ଏହାକୁ ଖାଆନ୍ତୁ । ଲାଉରେ ଥିବା ପିତ୍ତଶାମକ ଗୁଣ ଶରୀରକୁ କେବଳ ଥଣ୍ଡା ରଖେ ନାହିଁ ଏହା ମସ୍ତିସ୍କକୁ ମଧ୍ୟ ଶାନ୍ତ ରଖିଥାଏ ।

• ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ୍ ଲାଉ ଜୁସ୍ ପିଅନ୍ତୁ । ନିୟମିତ ୨ ମାସ କରିବାପରେ କୋଲେଷ୍ଟରଲ ହ୍ରାସ ପାଇ ଥାଏ ।

• ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର କରେ । ଖାଲି ସେତିକି ନୁହେଁ ପରିଶ୍ରାରେ ଅମ୍ଳର ମାତ୍ରା ବଢି ପରିଶ୍ରା ଜଳାପୋଡା କରିଥାଏ । ସକାଳୁ ଲାଉ ରସ ପିଇଲେ ପରିଶ୍ରାରୁ ଅମ୍ଳର ମାତ୍ରା ହ୍ରାସ ପାଇଥାଏ ।

Name

enews,156,Latest,600,
ltr
item
EnewsOdia: ସବୁଜ ପରିବା ଲାଉ ର କିଛି ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ନଜର ପକାଇବା
ସବୁଜ ପରିବା ଲାଉ ର କିଛି ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ନଜର ପକାଇବା
http://enewsodia.com/wp-content/uploads/2017/08/%E0%AC%B8%E0%AC%AC%E0%AD%81%E0%AC%9C-%E0%AC%AA%E0%AC%B0%E0%AC%BF%E0%AC%AC%E0%AC%BE-%E0%AC%B2%E0%AC%BE%E0%AC%89-%E0%AC%B0-%E0%AC%95%E0%AC%BF%E0%AC%9B%E0%AC%BF-%E0%AC%89%E0%AC%AA%E0%AC%95%E0%AC%BE%E0%AC%B0%E0%AD%80-%E0%AC%93-%E0%AC%94%E0%AC%B7%E0%AC%A7%E0%AD%80%E0%AD%9F-%E0%AC%97%E0%AD%81%E0%AC%A3-%E0%AC%AC%E0%AC%BF%E0%AC%B7%E0%AD%9F%E0%AC%B0%E0%AD%87-%E0%AC%86%E0%AC%B8%E0%AC%A8%E0%AD%8D%E0%AC%A4%E0%AD%81-%E0%AC%A8%E0%AC%9C%E0%AC%B0-%E0%AC%AA%E0%AC%95%E0%AC%BE%E0%AC%87%E0%AC%AC%E0%AC%BE.jpg
EnewsOdia
https://enewsodiaofficial.blogspot.com/2017/08/blog-post_61.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/08/blog-post_61.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy