ଅଭିନେତ୍ରୀରୁ ଟିଭି ରିପୋର୍ଟର ପାଲଟିଛନ୍ତି ଓଲିଉଡ୍ ର ନୂଆ ଲୋକପ୍ରିୟ ନାୟିକା ଭୂମିକା ଦାସ । ଖବରଟା ନିଶ୍ଚୟ ଚକିତ କରୁଛି । ଭୂମିକା ଶିଶୁ କଳାକାର ଭାବରେ ଅଭିନୟ ...
ଅଭିନେତ୍ରୀରୁ ଟିଭି ରିପୋର୍ଟର ପାଲଟିଛନ୍ତି ଓଲିଉଡ୍ ର ନୂଆ ଲୋକପ୍ରିୟ ନାୟିକା ଭୂମିକା ଦାସ । ଖବରଟା ନିଶ୍ଚୟ ଚକିତ କରୁଛି । ଭୂମିକା ଶିଶୁ କଳାକାର ଭାବରେ ଅଭିନୟ ଦୁନିଆ ରେ ବହୁତ ନା କରିସାରିଲା ପରେ ନାୟିକା ଭାବରେ ପ୍ରଥମେ ସେ ଏହି ବର୍ଷ ର ସିନେମା ତୁ ମୋ ଲାଭ ଷ୍ଟୋରି ଜରିଆରେ ଆସିଥିଲେ । ଏବେ ଏବେ ତ ଅଭିନୟ ଦୁନିଆକୁ ଆସିଥିବା ଭୂମିକା, ହଠାତ୍ କଳା ଜଗତ ଛାଡ଼ି ଖବର ଦୁନିଆକୁ କାହିଁକି ଚାଲିଗଲେ। କିନ୍ତୁ ଖବର ନେବାପରେ ଜଣାପଡ଼ିଲା ଯେ କଥା କିଛି ଅଲଗା।
ବେକରେ ପ୍ରେସ୍ କାର୍ଡ ଓ ହାତରେ ବୁମ୍ । ନିଉଜ୍ କଭର କରିବାରେ ଲାଗିଛନ୍ତି ଅଭିନେତ୍ରୀ ଭୂମିକା । ଏଠି ପ୍ରଶ୍ନ ଉଠେ ନାୟିକା କାହିଁକି ହେଲେ ରିପୋର୍ଟର। ବାସ୍ତବରେ ଆଗକୁ ଆସୁଛି ନୂଆ ଫିଲ୍ମ ହିରୋ ନଂ-୧। ଯେଉଁଥିରେ ଭୂମିକା ବନିଛନ୍ତି ଏକ ଟିଭି ଚ୍ୟାନେଲ୍ର ରିପୋର୍ଟର । ଏହି ଫିଲ୍ମ ପାଇଁ ଭୂମିକାଙ୍କୁ ମିଳିଛି ଜଣେ ସାମ୍ୱାଦିକାର ଚରିତ୍ର। ସେଥିପାଇଁ ସେ ନେଇଛନ୍ତି କମ୍ ମେକଅପ୍ ଓ ପୋଷାକ ବି ସାଧାସିଧା।
ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ତିଆରି ଚାଲିଥିବା ଏହି ଫିଲ୍ମର ଶୁଭ ମହୁରତ ସପ୍ତାହେ ତଳେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଦଶହରାରେ ଏହା ରିଲିଜ୍ ହେବାକୁ ଥିବାରୁ ନିର୍ମାଣକାରୀ ସଂସ୍ଥା ଏହାର ସୁଟିଂ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇଛି।
ଫିଲ୍ମରେ ଏହି ଚରିତ୍ର ବିଷୟରେ ଭୂମିକା କହିଛନ୍ତି- "ମୁଁ ଅଭିନୟ କରିଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ପ୍ରଥମ ଫିଲ୍ମରେ ମୁଁ ଗୋଟେ ସଦାସିଧା ଝିଅ ଭୂମିକାରେ ଆସିଥିଲି । କିନ୍ତୁ ଏଥିରେ ସାମ୍ୱାଦିକ। ଏହି ଚରିତ୍ର ଟି କିନ୍ତୁ ମୋ ପାଇଁ ଅଧିକା ଗୁରୁତ୍ବପୂର୍ଣ । ମୁଁ ମୋ ଚରିତ୍ର ପାଇଁ ମୋର ସମ୍ପୂର୍ଣ ଚେଷ୍ଟା କରୁଛି। ଏହି ରୂପରେ ମଧ୍ୟ ଦର୍ଶକେ ମୋତେ ପସନ୍ଦ କରିବେ ବୋଲି ମୋର ଆଶା ଓ ବିଶ୍ଵାସ" ।
ଫିଲ୍ମଟିର ନିଦ୍ଦେର୍ଶନା ଦେଉଛନ୍ତି ତାପସ ସରଘରିଆ। ଏଥିରେ ଲିଡ୍ ରୋଲରେ ଆସିବେ ବାବୁସାନ। ତାଙ୍କୁ ଏଥିରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ଲଭ୍, ରୋମାନ୍ସ ଓ ଟ୍ୱିଷ୍ଟରେ ଭରା ଏହି ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି।
COMMENTS