ରିଲ୍ ଲାଇଫରେ ବାହୁବଳୀ ପରି ଆକ୍ସନ୍ କରିବା ମହଙ୍ଗା ପଡିଛି ଜଣେ ବ୍ୟବସାୟୀଙ୍କୁ । ବାହୁବଳୀରେ ନାୟକ ପ୍ରଭାସଙ୍କ ପରି ଝରଣାକୁ ଡେଇଁ ଜୀବନ ହାରିଛନ୍ତି ଇନ୍ଦ୍ରପାଲ୍ ପା...
ରିଲ୍ ଲାଇଫରେ ବାହୁବଳୀ ପରି ଆକ୍ସନ୍ କରିବା ମହଙ୍ଗା ପଡିଛି ଜଣେ ବ୍ୟବସାୟୀଙ୍କୁ । ବାହୁବଳୀରେ ନାୟକ ପ୍ରଭାସଙ୍କ ପରି ଝରଣାକୁ ଡେଇଁ ଜୀବନ ହାରିଛନ୍ତି ଇନ୍ଦ୍ରପାଲ୍ ପାଟିଲ୍, ବୟସ ୨୭ ।
ସୂଚନା ଅନୁସାରେ, ଇନ୍ଦ୍ରପାଲ୍ ଶାହାପୁରର ଠାରେ ଅବସ୍ଥିତ ଏକ ଝରଣାକୁ ଜୁଲାଇ ୧୪ ରେ ବୁଲିବାକୁ ଯାଇଥିଲେ । ତେବେ ଏଠାରେ ପ୍ରଭାସଙ୍କ ପରି ଝରଣା ଉପରୁ ତଳକୁ ଡେଇଁଥିଲେ । କିନ୍ତୁ ନିୟନ୍ତ୍ରଣ ହରାଇବାରୁ ଇନ୍ଦ୍ରପାଲଙ୍କର ମୃତ୍ୟୁ ହୋଇଥିଲା ।
ଇନ୍ଦ୍ରପାଲଙ୍କ ଭାଇଙ୍କ କହିବା ଅନୁଯାୟୀ କେହି ତାଙ୍କୁ ଧକ୍କା ଦେଇଛି । କିନ୍ତୁ ଇନ୍ଦ୍ରପାଲ୍ ଏପରି ସିନେମା ‘ବାହୁବଳୀ’ ଦେଖି କରିଛନ୍ତି ବୋଲି କହିଛି ଶାହାପୁର ପୁଲିସ୍ ।
ପୁଲିସ୍ ରେକର୍ଡ ଅନୁଯାୟୀ, ବର୍ଷା ସମୟରେ ଏପରି ଘଟଣା ପ୍ରାୟ ହୋଇଥାଏ । ଗତ ମାସରେ ମଧ୍ୟ ଜଣେ ବ୍ୟକ୍ତି ଏପରି କରିଥିଲେ । ଆଉ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଉକ୍ତ ଅଂଚଳକୁ ନୋ ଏଂଟ୍ରିଂ ଜୋନ୍ କରିବାକୁ ନିଷ୍ପତି ନେଇଛି ପୁଲିସ୍ ।
ସିନେମାର ଷ୍ଟଂଟ୍ ସିନ୍ ଅଭିଜ୍ଞ ବ୍ୟକ୍ତି ମାନେ କରିଥାନ୍ତି । ହେଲେ ଜଣେ ସାଧାରଣ ମଣିଷ କ୍ଷେତ୍ରରେ ଏହା ଘାତକ ସାବ୍ୟସ୍ତ ହୋଇପାରେ ।

ଅଧିକ ପଢନ୍ତୁ ଶ୍ରବଣ ମାସର ତୃତୀୟ ସୋମବାର ବିଷୟରେ ।
COMMENTS