ହର ରଥ, ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀ ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଏହି ଫିଲ୍ମରେ ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ ବୋଲି...
ହର ରଥ, ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଏହି ଫିଲ୍ମରେ ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଯୋଗୀର ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ଦେଉଛନ୍ତି "ଆଣ୍ଟି ନମସ୍କାର" ଫେମ୍ ନିର୍ଦ୍ଦେଶକ ନିରଞ୍ଜନ ବେହେରା ।
ଏହାର କାହାଣୀ ଲେଖିଛନ୍ତି ଛବିତା ମାର୍ଥା ଓ ସଂଳାପ ରଚନା କରିଛନ୍ତି ଡ଼.ରଜନୀରଞ୍ଜନ । ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ । ହ୍ୟୁମାନ ସାଗର, ସୌରେନ ଭଟ୍ଟ, ପମି, ସତ୍ୟଜିତ, ଅସୀମା, ସଞ୍ଜୁ ଓ ତାରିକ ଙ୍କ ଭଳି ସୁନାମଧାନ୍ୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି ।
ଏହି ଫିଲ୍ମରେ ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ଦେବ, ତାନିୟା, ଜୟୀ, ବିଜୁ ବଡଜେନା, ଦେବୁବ୍ରମହା, ଓ ପିଣ୍ଟୁ ନନ୍ଦଙ୍କ ସମେତ କେତେ ଜଣ ନାମୀ କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି ।
ହର ରଥ ପ୍ରଥମେ ସହକାରୀ ନିର୍ଦ୍ଦେଶକ ଭାବେ ପ୍ରଖ୍ୟାତ ନର୍ଦ୍ଦେଶକ ରାଜୁ ମିଶ୍ରଙ୍କ ସହକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓଲିଉଡରେ ।ହେଲେ ପରେ ଅଭିନେତାଭାବେ ଖ୍ୟାତି ଅର୍ଜନ କରିଲେ ।
ସେ ଛୋଟପରଦାରେ ଅଭିନେତା ଭାବେ ଲୋକପ୍ରିୟତା ହାସଲ କରିଥିଲେ । ବହୁତ ଗୁଡିଏ ଗୀତ ଆଲବମ, ଧାରାବାହିକରେ ନିଜର ଖ୍ୟାତି ଅର୍ଜନ କଲାପରେ ଏବେ ବଡ ପରଦାର ଏକ ସଫଳ ନାୟକ । ବନ୍ଦେ ଉତ୍କଳ ଜନନୀ , ଏସିପି ରଣବୀର୍, ମୀମାଂସା, କେହି ନୁହେଁ କାହାର ସମେତ ଅନେକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ।
COMMENTS