ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ମଧ୍ୟରୁ ଦୁଇଦିନ ହେଲା ଜଗାର ସ୍ୱାସ୍ଥ୍ୟ ଠିକ୍ ନଥିବା ମେଡ଼ିକାଲ ସୂ...
ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ମଧ୍ୟରୁ ଦୁଇଦିନ ହେଲା ଜଗାର ସ୍ୱାସ୍ଥ୍ୟ ଠିକ୍ ନଥିବା ମେଡ଼ିକାଲ ସୂତ୍ରୂରୁ ଜଣାଯାଇଛି । ଜଗାର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି । ତଦାରଖ କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଜଗାକୁ ଲଗାଯାଇଛି ଅକ୍ସିଜେନ ମାସ୍କ ।
କିନ୍ତୁ ଅଗଷ୍ଟ ୨୮ ତାରିଖରେ ଜଗା କାଳିଆଙ୍କ ୨୦ ଘଂଟାର ଅସ୍ତ୍ରୋପଚାର ପରେ ମଧ୍ୟ ଜଗାର ଏହିପରି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ଏବୋଂ ସ୍ଵାସ୍ଥ୍ୟବସ୍ଥାରେ ଖୁବ ଶୀଘ୍ର ସୁଧାର ଅଣାଯାଇପାରିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ବଳିଆ ତୁଳନାରେ ଜଗା ଅଧିକ ସକ୍ରିୟ ରହୁଛି ବୋଲି ଡାକ୍ତରୀ ଦଳ କହିଛନ୍ତି । ପ୍ରତ୍ୟେକ ଦିନ ୭ରୁ ୮ ଜଣ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ତଦାରଖ କରୁଛନ୍ତି ଏବଂ ପରବର୍ତି ଅପରେସନ ନଭେମ୍ବରରେ ହେବ ବୋଲି ସୂଚନା ଦିଆଯାଇଛି ।

COMMENTS