ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ
HomeLatest

ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ

ଦେଶର ପ୍ରଥମ ନାଗରିକଙ୍କ ଆଜି ହେବ ଶପଥ ଗ୍ରହଣ ଉତ୍ସବ । ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ । ସୁପ୍ରିମକୋର୍ଟ ମୁଖ୍ୟ ବ...

ହାତ ପାପୁଲି ରେଖା ରୁ ଯାଣନ୍ତୁ ଆପଣଙ୍କ ଭବିଷ୍ୟତ କିପରି ରହିବ
Salman Khan Has Conformed About Aayush Sharma's Bollywood Debut
Sharmila Tagore Will Be honoured At Jio MAMI Mumbai Film Festival
ଦେଶର ପ୍ରଥମ ନାଗରିକଙ୍କ ଆଜି ହେବ ଶପଥ ଗ୍ରହଣ ଉତ୍ସବ । ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେଏସ୍ ଖେହର୍ ନୂଆ ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ । ୫ ବର୍ଷ ତଳେ ଏହି ସ୍ଥାନ ଓ ସମାନ ସମୟରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶପଥ ଗ୍ରହଣ କରିଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଘୋଡ଼ାଗାଡ଼ି ପ୍ରସ୍ତୁତ ହୋଇ ସାରିଛି । କେବଳ ସମୟର ଅପେକ୍ଷା । ବିହାରର ପୂର୍ବତନ ରାଜ୍ୟପାଳ, ବିଜେପି ନେତା ଓ ଆରଏସଏସ ସଦସ୍ୟ ରାମନାଥ କୋବିନ୍ଦ (୭୧) ଆଜି ଦେଶର ୧୪ତମ ରାଷ୍ଟପତି ଭାବରେ ଅପରାହ୍ଣ ୧୨ଟା ୧୫ମିନିଟରେ ଶପଥ ଗ୍ରହଣ କରିବେ । ଏଥିପାଇଁ ସଂସଦ ଭବନର ସେଣ୍ଟ୍ରାଲ ହଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆଜି ଦିନ ୧୦ଟା ୧୫ରେ ରାମନାଥ ୧୦ ଆକବର ରୋଡରୁ ବାହାରି ରାଜଘାଟ ପହଂଚିବେ ଓ ସେଠାରେ ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପରେ ରାଷ୍ଟ୍ରପତି ଭବନ ଯିବେ । ସେଠାରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହିତ ପ୍ରତିରକ୍ଷା, ଅର୍ଥ ଓ ବିଦେଶ ବ୍ୟାପାର ସଂକ୍ରାନ୍ତରେ ଆଲୋଚନା କରିବେ। ସୂଚନା ଅନୁସାରେ କୋବିନ୍ଦଙ୍କୁ ପ୍ରଣବ ମୁଖାର୍ଜୀଙ୍କ ସହିତ ରାଷ୍ଟ୍ରପତି ଭବନରୁ ସଂସଦ ଭବନ ପର୍ଯ୍ୟନ୍ତ ଘୋଡ଼ାଗାଡ଼ିରେ ନିଆଯିବ ।

ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ଲୋକସଭା ବାଚସ୍ପତି ଓ ଉପରାଷ୍ଟ୍ରପତି ସ୍ୱାଗତ କରିବେ । ଏହାପରେ ଶପଥ ଗ୍ରହଣ ସମାରୋହ ହେବ । ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଓ ରାଷ୍ଟ୍ରପତି ଭବନ ପରିଦର୍ଶନ ପରେ ରାମନାଥ କୋବିନ୍ଦ ପ୍ରଣବଙ୍କୁ ତାଙ୍କର ୧୦, ରାଜାଜୀ ମାର୍ଗ ସ୍ଥିତ ନୂତନ ସରକାରୀ ବାସଭବନକୁ ଛାଡ଼ିବା ପାଇଁ ଯିବେ । ଏହି ବାସଭବନରେ ରାଷ୍ଟ୍ରପତି ପଦରୁ ଅବସର ନେବାପରେ ଏପିଜେ ଅବଦୁଲ କଲାମ ରହୁଥିଲେ । ୨ ମହଲା ବିଶିଷ୍ଟ ଏହି ବାସଭବନକୁ ପ୍ରଣବଙ୍କ ରୁଚି ଅନୁଯାୟୀ ପ୍ରସ୍ତୁତ କରାଯାଇଛି ।

Name

enews,156,Latest,600,
ltr
item
EnewsOdia: ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ
ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ
http://enewsodia.com/wp-content/uploads/2017/07/%E0%AC%A8%E0%AC%AC-%E0%AC%A8%E0%AC%BF%E0%AC%B0%E0%AD%8D%E0%AC%AC%E0%AC%BE%E0%AC%9A%E0%AC%BF%E0%AC%A4-%E0%AC%B0%E0%AC%BE%E0%AC%B7%E0%AD%8D%E0%AC%9F%E0%AD%8D%E0%AC%B0%E0%AC%AA%E0%AC%A4%E0%AC%BF-%E0%AC%B0%E0%AC%BE%E0%AC%AE%E0%AC%A8%E0%AC%BE%E0%AC%A5-%E0%AC%95%E0%AD%8B%E0%AC%AC%E0%AC%BF%E0%AC%A8%E0%AD%8D%E0%AC%A6-%E0%AC%86%E0%AC%9C%E0%AC%BF-%E0%AC%AA%E0%AC%BE%E0%AC%B0%E0%AD%8D%E0%AC%B2%E0%AC%BE%E0%AC%AE%E0%AD%87%E0%AC%82%E0%AC%9F-%E0%AC%AD%E0%AC%AC%E0%AC%A8%E0%AC%B0%E0%AD%87-%E0%AC%B6%E0%AC%AA%E0%AC%A5-%E0%AC%A8%E0%AD%87%E0%AC%AC%E0%AD%87.jpg
EnewsOdia
https://enewsodiaofficial.blogspot.com/2017/07/blog-post_33.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/07/blog-post_33.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy