ହାତ ପାପୁଲି ରେଖା, କପାଳ ରେଖା, ଆଦି ଦ୍ଵାରା ଭବିଷ୍ୟ କୁହାଯାଏ । ହାତ ପାପୁଲିରେ ବହୁତ ରେଖା ଥାଏ । କାହାର କାହାର ତ ରେଖାଗୁଡ଼ିକ ଛନ୍ଦି ଛନ୍ଦି ହୋଇ ରହିଥାଏ। ଏହି ର...
ହାତ ପାପୁଲି ରେଖା, କପାଳ ରେଖା, ଆଦି ଦ୍ଵାରା ଭବିଷ୍ୟ କୁହାଯାଏ । ହାତ ପାପୁଲିରେ ବହୁତ ରେଖା ଥାଏ । କାହାର କାହାର ତ ରେଖାଗୁଡ଼ିକ ଛନ୍ଦି ଛନ୍ଦି ହୋଇ ରହିଥାଏ। ଏହି ରେଖାଗୁଡ଼ିକ ମିଶି ବିଭିନ୍ନ ପ୍ରକାରର ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଟିକେ ଧ୍ୟାନରେ ଦେଖିଲେ ଏହା ଜାଣିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଅକ୍ଷରୁ ହିଁ କିଛିମାତ୍ରାରେ ଜଣାପଡି ଯାଇଥାଏ ବ୍ୟକ୍ତିଙ୍କ ଭବିଷ୍ୟତ କେମିତି କଟିବ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତ କିପରି ରହିବ।
- ୧. ଯଦି ଆପଣଙ୍କ ହାର୍ଟ ଲାଇନ୍ ଓ ହେଡ ଲାଇନ୍ ମିଶି ଇଂରାଜୀ ଅକ୍ଷର ଏଚ କୁ ସୂଚାଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ। ତଥାପି ଆପଣଙ୍କ ଜୀବନ ସଂଘର୍ଷମୟ। କିନ୍ତୁ ସମୟ ଆସିଲେ ଭାଗ୍ୟର ତାଲା ଖୋଲିଥାଏ।
- ଏଚ ଅକ୍ଷର ସୂଚାଉ ଥିବା ବ୍ୟକ୍ତି ଜନ୍ମରୁ ଭାଗ୍ୟଶାଳୀ ହୋଇ ନଥାନ୍ତି। କିନ୍ତୁ ଏମାନେ ଖୁବ ପରିଶ୍ରମୀ ଓ କୌଣସି କାର୍ଯ୍ୟକୁ ଅଧାରେ ଛାଡନ୍ତିନୀ । ସଫଳତା ସେମାନଙ୍କ ପଛେ ପଛେ ଧାଇଁଥାଏ।
- ସଠିକ୍ ସୁଯୋଗ ନ ମିଳିବା ପର୍ଯ୍ୟନ୍ତ ଏମାନଙ୍କୁ ବହୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଥରେ ସୁଯୋଗ ମିଳିଲେ ସେମାନେ ଆଉ ପଛକୁ ଫେରି ଚାହିଁ ନଥାନ୍ତି।
- ଯେଉଁ କାମରେ ଏମାନେ ମାହିର ସେ କାମ ପାଇବାକୁ ସମୟ ଲାଗିଥାଏ। ଲମ୍ବା ସଂର୍ଘଷ ପରେ ମଧ୍ୟ ଏମାନେ ନିଜ ପସନ୍ଦର ସ୍ଥାନରେ ପହଞ୍ଚିବା ସମ୍ଭାବନା କମ୍ ଥାଏ।

COMMENTS