ଟିଭିରେ ତ ଅନେକ ଶୋ ଆସୁଛି । କିନ୍ତୁ ଦୂରଦର୍ଶନରେ ୧୯୮୬ ରେ ଆରମ୍ଭ ହେଇଥିବା ରାମାୟଣ ଭଳି ଆଜି ପର୍ଯ୍ୟନ୍ତ କୌଣସି ଶୋ ଆସିନାହିଁ । ସ୍ଵର୍ଗୀୟ ରାମାନନ୍ଦ ସାଗରଙ୍କ ଦ୍...
ଟିଭିରେ ତ ଅନେକ ଶୋ ଆସୁଛି । କିନ୍ତୁ ଦୂରଦର୍ଶନରେ ୧୯୮୬ ରେ ଆରମ୍ଭ ହେଇଥିବା ରାମାୟଣ ଭଳି ଆଜି ପର୍ଯ୍ୟନ୍ତ କୌଣସି ଶୋ ଆସିନାହିଁ । ସ୍ଵର୍ଗୀୟ ରାମାନନ୍ଦ ସାଗରଙ୍କ ଦ୍ଵାରା ଲିଖିତ ଏବୋଂ ନିର୍ଦେଶିତ ରାମାୟଣ ସେତେବେଳେ ଲୋକଙ୍କର ଅତି ପ୍ରିୟର ଧାରାବାହିକ ଥିଲା । ଏହାକୁ ଦେଖିବା ପାଇଁ ସେତେବେଳେ ଲୋକମାନେ ନିଜର ସବୁକାମ ଛାଡି ପୁରା ପରିବାର ସହ ଟିଭି ସାମ୍ନାରେ ବସିଯାଉଥିଲେ । ଟିଭି ସେତେବେଳେ କମ ଲୋକଙ୍କ ଘରେ ଥିଲା । କିନ୍ତୁ ଶୋର ଲୋକପ୍ରିୟତା ଅଧିକ ଥିଲା ।
ଲଙ୍କାଧିପତି ରାବଣ ବିନା ରାମାୟଣ ଅଧୁରା । ରାମାୟଣ ରେ ରାବଣର ଭୂମିକା କରିଥିବା ଅଭିନେତା ଜଣକ ହେଲେ ଅରବିନ୍ଦ ତ୍ରିବେଦୀ । ସେ ଯେଉଂଭଳି ଭାବରେ ଅଭିନୟ କରି କାହାନୀକୁ ଜୀବନ୍ତ କରିଥିଲେ ତାହା ଆଜୀବ୍ୟ ଲୋକମାନଙ୍କ ମନରୁ ଲିଭିନି । ତାଙ୍କର ଏହି ଅଭିନୟ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।
ଏହି ଧାରାବାହିକ ରେ କାମ କରିବା ପରେ ତାଙ୍କ ଜୀବନ ବଦଳିଯାଇଥିଲା । ଲୋକପ୍ରିୟତା ଏବୋଂ ପଇସା ସବୁକିଛି ତାଙ୍କୁ ଏହି ଧାରାବାହିକରୁ ମିଳିଥିଲା ଯାହା ଏକ କଳାକାର ଇଚ୍ଛା କରିଥାଏ । ଏହି ଅଭିନୟ ଦ୍ଵାରା ସେ ଲଙ୍କେଶ ନାମରେ ପରିଚିତ ହେଲେ ।
ମଧ୍ୟପ୍ରଦେଶର ଉଜ୍ଜେନ ସହରରେ ଅରବିନ୍ଦ ତ୍ରିବେଦୀ ଙ୍କ ଜନ୍ମ । କିନ୍ତୁ ତାଙ୍କର କ୍ୟାରିୟର ଗୁଜୁରାତ୍ ରଙ୍ଗମଞ୍ଚ ରୁ ଆରମ୍ଭ ହେଇଥିଲା ।
ବହୁତ କମ ଲୋକ ଜାଣିଛନ୍ତି ଯେ ସେ ପାଖାପାଖି ୩୦୦ ଟି ସିନେମାରେ କାମ କରିଛନ୍ତି । କିନ୍ତୁ ସେ ରାମାୟଣ ର ରାବଣ ଭୂମିକାରେ ଯେଉଂଭଳି ଲୋକପ୍ରିୟତା ପାଇଥିଲେ ଆଉ କୌ ଚରିତ୍ର ତାଙ୍କୁ ସେଭଳି ଲୋକପ୍ରିୟତା ଦେଇନଥିଲା । ପରେ ପରେ ସେ ଅଭିନୟ ଦୁନିଆରୁ ସଂପୂର୍ଣ୍ଣ ବିଦାୟ ନେଇଗଲେ । ଏବେ ସେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ପାଳତିଯାଇଛନ୍ତି । ସେ କହୁଛନ୍ତି ସବୁ କାମ ତ ଏଠି ହେଇଯିବ କିନ୍ତୁ ଭବସାଗରରୁ କେବଳ ଏକ ସେ ପ୍ରଭୁ ହିଁ ପାରିକରିପାରିବ ।
COMMENTS