MAIN MENU

Footer Pages

Tuesday 3 October 2017

ବହୁ ଉପକାରୀ ଫଳ ଅଁଳା ର ଓଷଧୀୟ ଗୁଣ ଗୁଡିକ ଉପରେ ନଜର ପକାନ୍ତୁ

ଅଁଳା ଏକ ଉପକାରୀ ଫଳ । ପାଟିକୁ କଶା ଲାଗୁଥିଲେ ମଧ୍ୟ ଏଥିରେ ବହୁ ଓଷଧୀୟ ଗୁଣ ରହିଛି ଯାହା ବହୁ ରୋଗର ନିବାରଣ ପାଇଁ ରାମ ବାଣ ସଦୃଶ କାମକରେ । ଅଁଳାରେ ଭରପୂର ପୁଷ୍ଟିସାର ରହିଛି। ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ । ଅଁଳାକୁ ବିଭିର୍ଣ୍ଣ ଉପାୟରେ ଖାଇପାରିବେ ଯେମିତି, କଞ୍ଚା ଚୋବାଇ ଖାଇ ପାରିବେ, ଜୁସ୍ କରି ପିଇପାରିବେ କିମ୍ବା ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ, ସେହିପରି ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ। ତେବେ ଆପଣ ଅଁଳାକୁ ଯେକୌଣସି ଉପାୟରେ ଖାଇଲେ ବି ଏହା ଶରୀରର ଉପକାର କରେ । ଅଁଳା ର ଓଷଧୀୟ ଗୁଣ ଗୁଡିକ ଉପରେ ନଜର ପକାନ୍ତୁ

ଅଁଳା ର ଓଷଧୀୟ ଗୁଣ ବିଷୟରେ ଜାଣନ୍ତୁ :

  • ଭିଟାମିନ୍ ‘ସି’ ପାଇଁ ଅଁଳା ହେଉଛି ସର୍ବୋତ୍ତମ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଜୀବାଣୁ ଓ ଭୂତାଣୁ ଜନିତ ରୋଗରୁ ଶରୀରକୁ ରକ୍ଷା କରେ।
  • ଅଁଳାରେ ପୋଲିଫେନୋଲ୍ସ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ବିରୋଧରେ ଲଢ଼େ।
  • ଆୟୁର୍ବେଦ ଅନୁଯାୟୀ ଅଁଳା ଶରୀରର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରେ। ତିନିଟି ଦୋଷ- ବାତ, କଫ ଓ ପିତ୍ତକୁ ଏହା ସନ୍ତୁଳିତ କରି ରଖେ।
  • ଅଁଳାକୁ ଜୁସ୍ କରି ପିଇଲେ ସବୁଠୁ ଅଧିକ ଲାଭ ମିଳିଥାଏ। ଅଁଳା ଜୁସ୍ ପେଟ ସଫା ରଖେ। ପାଚନ ପ୍ରକ୍ରିୟା ଠିକ୍ ରହେ। ଏହା ଚର୍ମ, କେଶ ଓ ଆଖିକୁ ସୁସ୍ଥ ରଖେ।
  • ଦୁଇ ଚାମଚ ମହୁ ସହିତ ଦୁଇ ଚାମଚ ଅଁଳା ଜୁସ୍ ମିଶାଇ ପ୍ରତିଦିନ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।
  • ନିୟମିତ ଭାବେ ଅଁଳା ଜୁସ୍ ପିଇଲେ କୋଲେଷ୍ଟେରୋଲ୍ ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ।
ବହୁ ଉପକାରୀ ଫଳ ଅଁଳା ର ଓଷଧୀୟ ଗୁଣ ଗୁଡିକ ଉପରେ ନଜର ପକାନ୍ତୁ
ଜାଣନ୍ତୁ ବର୍ଷାରୁତୁରେ କେମିତି ନେବେ ଶରୀରର ଯତ୍ନ

No comments:

Post a Comment