MAIN MENU

Footer Pages

Tuesday 3 October 2017

ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ

ବର୍ଷା ଋତୁ ସମୟରେ ଆମ ଶରୀରକୁ ବହୁ ସଂକ୍ରମକ ରୋଗ ହେବାର ଆଶଙ୍କା ରହିଥାଏ । ଏହି ଋତୁରେ ଜ୍ୱର, ଫ୍ଲୁ, ଖାଦ୍ୟ ସଂକ୍ରମଣ, ପାଣି ସଂକ୍ରମଣ  ଓ ଆଲର୍ଜି ପରି ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଏହି ସମୟରେ ସଂକ୍ରମକ ଜୀବାଣୁ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ଓ ପରିଷ୍କାର ପରିଚ୍ଛନତା ପ୍ରତି ଅଧିକ ଗୁରୁତ୍ଵ ଦେବା ଉଚିତ ।

ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ :

  • ଏହି ସମୟରେ ବାହାରକୁ ଗଲେ ସର୍ବଦା ନିଜର ବର୍ଷା ପୋଷାକ, ଜୋଟା, ଛତା ଆଦି ପ୍ରସ୍ତୁତ ରଖନ୍ତୁ ।
  •  ଯଦି ଆପଣ ଭିଜିଛନ୍ତି ତେବେ ଘରେ ଆଉଥରେ ଭଲରେ ଗାଧୋଇ ପଡନ୍ତୁ । ଏହା ଖରାପ ଲାଗୁଥିଲେ ବି ସତ । ଏହାଦ୍ଵାରା ବହୁ ସଂକ୍ରମଣରୁ ରକ୍ଷା ମିଳିବ ।
  •  ସଂକ୍ରମିତ ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ହରବାଲ୍ ଚା, ଅଦା ଚା, ଲେମନ୍ ଟି, ଗରମ ଭେଜିଟେବୁଲ୍ ସୁପ୍, ଫିଲଟର୍ କିମ୍ୱା ଗରମ ପାଣି ପିଇବା ଉଚିତ । ତେବେ ଗରମ ପାଣି ୨୪ ଘଣ୍ଟାରୁ ଅଧିକ ସମୟ ରଖିବା ଉଚିତ୍ ନୁହଁ । ବର୍ଷା ଦିନେ ଖାଦ୍ୟକୁ ଭଲ ଭାବେ ରୋଷେଇ କରିବା ଦରକାର। ଫଳ ଓ ପରିବା କୁ ଭଲଭାବରେ ପରିଷ୍କାର କରି ଖାଇବା ଉଚିତ ।
  •  ସର୍ବଦା ନିଜର ହାତ, ପାଦକୁ ପରିଷ୍କାର ପରିଚ୍ଛନ ରଖିବା ଉଚିତ । ସାବୁନ କିମ୍ବା ହ୍ୟାଣ୍ଡୱାଶ ବ୍ୟବହାର କରିବା ଉଚିତ ।
  •  ଗରିଷ୍ଠ ଖାଦ୍ୟ ନ ଖାଇ ହାଲକା ଭୋଜନ କରିବା ଉଚିତ । କାରଣ ଏହି ସମୟରେ ପାଚନ କ୍ରିୟା ଶୀଘ୍ର ହୋଇନ ଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ରସୁଣ, ଗୋଲମରିଚ, ଅଦା, ଧନିଆ ଓ ହଳଦୀ ଖାଇ ପାରିବେ।
  •  ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ । ଏହାଦ୍ବାରା ଖାଦ୍ୟ ଠିକରେ ହଜମ ହେବ ।
  •  ବାହାରେ ବିକ୍ରି ହେଉଥିବା ଜଙ୍କ ଫୁଡ ଏହି ସମୟରେ କମ୍ ଖାଇବା ଭଲ ।
  •  ଘରଠାରୁ ମଶା ଓ ମାଛିକୁ ଦୂରେଇ ରଖିବା ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ । ଏହାସହିତ ଘର ପୋଛିବା ସମୟରେ ଫିନାଇଲ୍ ବ୍ୟବହାର କରନ୍ତୁ।
ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ
ବିଏମସି ର ରାଜୀବ ଆବାସ ଯୋଜନା ବିଷୟରେ ଅଧିକ ଜାଣନ୍ତୁ

No comments:

Post a Comment