ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କର ମୁହଁକୁ ନେଇ ବିଶେଷ ସତର୍କ ରହୁଛନ୍ତି । ବିଭିର୍ଣ୍ଣ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର ସହ ବହୁ ସମୟ ପାରଲରରେ ବିତାଉଛନ୍ତ...
ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କର ମୁହଁକୁ ନେଇ ବିଶେଷ ସତର୍କ ରହୁଛନ୍ତି ।
ବିଭିର୍ଣ୍ଣ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର ସହ ବହୁ ସମୟ ପାରଲରରେ ବିତାଉଛନ୍ତି ।
ମୁହଁ ର ବଡ ସମସ୍ୟା ମଧ୍ୟରୁ, ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ଏକ ବିରାଟ ସମସ୍ୟା
। ତେବେ ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ ଜାଣନ୍ତୁ । ଯାହା
ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହେବ ।

ପାଚିଲା କଦଳୀର ଉପକାରିତା ବିଷୟରେ ଜାଣନ୍ତୁ ।
- ଏକ ଚାମଚ କନଫ୍ଲୋର ସହ ଟିପେ ହଳଦୀ ଓ ଅଳ୍ପ ପାଣି ଦେଇ ଗରମ କରନ୍ତୁ । ଏହା ବହଳିଆ ହେଇଆସିଲେ ଥଣ୍ଡା କରି ମୁହଁରେ ଲଗାନ୍ତୁ ଓ ଶୁଖିଗଲେ ଆସ୍ତେ ଆସ୍ତେ କରି ଉଠାନ୍ତୁ । ଏହାଦ୍ଵାରା ମୁହଁର କେଶ ସମସ୍ୟା କମ ହେବା ସହ ତ୍ଵଚାରେ ଉଜ୍ଜଳତା ଆସେ ।
- ଗୋଟେ କପ ଚିନିରେ କିଛି ପାଣି ଓ ଫାଳେ ଲେମ୍ବୁର ରସ ଦେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଗରମ କରନ୍ତୁ । ଅଠାଳିଆ ହେଇଆସିଲେ ଥଣ୍ଡାକରି ଚେହେରାରେ ଲଗାନ୍ତୁ ଓ ଆସ୍ତେ ଆସ୍ତେ ଉଠାନ୍ତୁ । ଏହାଦ୍ଵାରା ମଧ୍ୟ ଅନାବଶ୍ୟକ କେଶରୁ ରକ୍ଷା ପାଇହେବ ।
- କିଛି ମସୁର ଡାଲିକୁ ବତୁରାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ସେଥିରେ ଗୋଲାପ ଜଳ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଶୁଖିଗଲାପରେ ଧୋଇଦିଅନ୍ତୁ ।
ପାଚିଲା କଦଳୀର ଉପକାରିତା ବିଷୟରେ ଜାଣନ୍ତୁ ।
COMMENTS