ମୁହଁର ଯତ୍ନ ନିମନ୍ତେ ଫେସିଆଲ୍ ଏକ ଆଧୁନିକ ଉପଚାର। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଓ ତ୍ଵଚାରେ ଉଜ୍ଜଳତା ଆଣେ । ଫେସିଆଲ୍ ୪ ଟି ପର୍ଜ୍ୟାୟରେ କରିବା ଉଚିତ ...
ମୁହଁର ଯତ୍ନ ନିମନ୍ତେ ଫେସିଆଲ୍ ଏକ ଆଧୁନିକ ଉପଚାର। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଓ ତ୍ଵଚାରେ ଉଜ୍ଜଳତା ଆଣେ । ଫେସିଆଲ୍ ୪ ଟି ପର୍ଜ୍ୟାୟରେ କରିବା ଉଚିତ । ତ୍ୱଚାକୁ ପରିଷ୍କାର କରିବା ସହ ମାଲିସ୍, ବାମ୍ଫ ଉପଚାର ଓ ପ୍ୟାକ୍ ବ୍ୟବହାର କରିବାର ବିଧି ଥାଏ। ତେବେ ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍ ।
କେମିତି କରିବେ ଫେସିଆଲ୍?
- ପ୍ରଥମେ ମୁହଁକୁ ପରିଷ୍କାର କରନ୍ତୁ। କଞ୍ଚା କ୍ଷୀରକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ଓ କିଛି ସମୟ ପରେ ପୋଛି ଦିଅନ୍ତୁ ।
- ମୁହଁକୁ ଭଲରେ ପୋଛି ଦିଅନ୍ତୁ । ଗୋଟେ ପାତ୍ରରେ ଗରମ ପାଣି ରଖି ସେଥିରେ ମୁହଁ ଦେଖାନ୍ତୁ । ଏହାଦ୍ଵାରା ଲୋମ କୂପ ଖୋଲିଯିବ ଓ ତ୍ଵଚା ପରିଷ୍କାର ହେବ ।
- ଏହା ପରେ ଦୁଇ ଚାମଚ ଚାଉଳ ଚୂନା ସହ, ଅଧା ଚାମଚ ହଳଦୀକୁ ମିଶାଇ ମୂହରେ ଲଗାନ୍ତୁ ଓ କିଛି ସମୟ ମସାଜ କରି ଧୋଇଦିଅନ୍ତୁ । ମୃତ କୋଷକୁ ପରିଷ୍କାର କରିବା ପାଇଁ ଏହା ଉପଯୁକ୍ତ ପ୍ୟାକ ।
- ତା ପରେ କଞ୍ଚା କ୍ଷୀର, ବେସନର ପ୍ୟାକ କରି ମୁହଁରେ ୧୦ ମିନିଟ ମସାଜ କରି ଧୋଇ ଦିଅନ୍ତୁ ।
- ମସୁର ଡାଲି ଚୂନା, ଟମାଟୋ ଓ ଆଳୁକୁ ବାଟି ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ ଓ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ ପରେ ଧୋଇଦିଅନ୍ତୁ । ଅଣ୍ଡା ମଧ୍ୟ ମିଶାଇ ପାରିବେ ।

ପଢନ୍ତୁ , ବାବଙ୍କ ପୋଷ୍ୟା କନ୍ୟା ହନୀପ୍ରିତ ବିଷୟରେ ।
COMMENTS