ଯୋଗ ଶରୀରକୁ ସୁସ୍ଥ ରଖିବା ସହ ଉତ୍ତମ ଗଢଣ ଦେଇଥାଏ । ଯଦି ଆପଣ ପେଟରେ ଅଧିକ ଚର୍ବି ଯୋଗୁଁ ଚିନ୍ତିତ ତେବେ କରନ୍ତୁ ନୌକାଶନ । ତେବେ କିପରି ଓ କେତେ ସମୟ ଏହି ଆସନ କଲେ...
ଯୋଗ ଶରୀରକୁ ସୁସ୍ଥ ରଖିବା ସହ ଉତ୍ତମ ଗଢଣ ଦେଇଥାଏ । ଯଦି ଆପଣ ପେଟରେ ଅଧିକ ଚର୍ବି ଯୋଗୁଁ ଚିନ୍ତିତ ତେବେ କରନ୍ତୁ ନୌକାଶନ । ତେବେ କିପରି ଓ କେତେ ସମୟ ଏହି ଆସନ କଲେ ସୁସ୍ଥ ଓ ସୁନ୍ଦର ଶରୀର ପାଇପାରିବେ ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍ ସୂଚନା ।
କିପରି କରିବେ ନୌକାଶନ:
ଆସନ ଉପରେ ଉପରକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଶରୀରର ଦୁଇ ପାଖରେ ସିଧା ରଖନ୍ତୁ। ଏହି ଆସନରେ ରିଲାକ୍ସ ରହି କିଛି ସମୟ ସ୍ୱାଭାବିକ ଶ୍ୱାସକ୍ରିୟା କରନ୍ତୁ। ଏହାପରେ ଏକ ଲମ୍ବା ଶ୍ୱାସ ନିଅନ୍ତୁ ଓ ଏହା ସହିତ ଦୁଇ ଗୋଡ଼କୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଗୋଡ଼ ଉଠାଇବା ସମୟରେ ଗୋଡ଼କୁ ସିଧା ରଖିବେ। ଗୋଡ଼ ଉଠାଇବା ସହିତ ଦୁଇ ହାତ ସହ ଶରୀରକୁ ମଧ୍ୟ ଉପରକୁ ଉଠାଇ ହାତ ଆଙ୍ଗୁଠିକୁ ପାଦକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ।
୧୦ରୁ ୧୫ ସେକେଣ୍ଡ ଏହି ଆସନରେ ରହିବା ସହ ଶ୍ୱାସକୁ ଧରି ରଖନ୍ତୁ। ଏବେ ଧୀରେ ଧୀରେ ଶ୍ୱାସ ଛାଡନ୍ତୁ ଓ ପୂର୍ବ ପରି ଆସନରେ ସିଧା ଶୋଇଯାଆନ୍ତୁ। ଏହି ପରି ଭାବେ ୩ରୁ ୪ଥର ଅଭ୍ୟାସ କଲେ ଶରୀର ସୁସ୍ଥ ରହିଥାଏ।
ନୌକାଶନ ଦ୍ଵାରା ଲାଭ:
ଏହା ପେଟର ଚର୍ବି କମ୍ କରେ। ହଜମ ଶକ୍ତି ବଢ଼ାଏ। ଏହି ଆସନ ପାନକ୍ରିଆ, ଲିଭର, ଯକୃତକୁ କାର୍ଯ୍ୟକ୍ଷମ କରାଏ। ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହୋଇଥାଏ। ଏହି ଆସନ କରିବା ଦ୍ୱାରା ନିତମ୍ବ, ଜଙ୍ଘ, ବେକ ଏବଂ କାନ୍ଧ ମାସଂପେଶୀ ଶକ୍ତ ହୁଏ।

ଜାଣନ୍ତୁ କେମିତି କରିବେ ଘରୋଇ ଉପାୟରେ ଫେଶିୟାଲ ।
COMMENTS