ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ବେଙ୍ଗାଲୁର ଜେଲରେ ବନ୍ଦୀ ଥିବା ଏଆଇଏଡିଏମକେ ର ମୁଖ୍ୟ ଭି କେ ଶଶିକଳା ଆବେଦନକୁ ଆଜି (୬ ଅକ୍...
ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ବେଙ୍ଗାଲୁର ଜେଲରେ ବନ୍ଦୀ ଥିବା ଏଆଇଏଡିଏମକେ ର ମୁଖ୍ୟ ଭି କେ ଶଶିକଳା ଆବେଦନକୁ ଆଜି (୬ ଅକ୍ଟୋବର) ସ୍ୱୀକୃତି ମିଳିଛି, ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ଦେଖିବା ୫ ଦିନର ପାରୋଲ ଦିଆଯାଇଛି ।
ଶଶିକଳା ଗୁରୁବାର ଏକ ଜରୁରୀକାଳିନ ପାରୋଲ ଫର୍ମ ଓ ତାଙ୍କ ଅସୁସ୍ଥ ସ୍ୱାମୀଙ୍କ ଡାକ୍ତରି ପ୍ରମାଣପତ୍ର କୁ ଜମା କରି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ତାଙ୍କୁ ୧୫ ଦିନ ପାଇଁ ପାରୋଲ୍ରେ ଛାଡ଼ିବାକୁ ଆବେଦନ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଶଶିକଳାଙ୍କ ସ୍ୱାମୀ ଏମ୍. ନଟରାଜନ୍ ଏବେ ଗୁରୁତର ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅକାମି ହୋଇ ପଡ଼ିଥିବା ବେଳେ ତାଙ୍କ ଶରୀରରେ ଯକୃତ ପ୍ରତିରୋପଣ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜେ. ଜୟଲଳିତାଙ୍କର ଘନିଷ୍ଠ ବାନ୍ଧବୀ ହେଉଛନ୍ତି ଶଶିକଳା । ଶାସନକାଳରେ ଜୟଲଳିତାଙ୍କ ସହ ମିଶି ଶଶିକଳା ବିପୁଳ ପରିମାଣର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ ଫେବ୍ରୁଆରିରୁ ବେଙ୍ଗାଲୁର ଜେଲ୍ରେ ବନ୍ଦୀ ଅଛନ୍ତି।

ଜାଣନ୍ତୁ, କେମିତି କରିବେ ନୌକାଶନ ଯୋଗ ।
COMMENTS