ଦୂରହେବ ମତ୍ସ୍ୟଜୀବିଙ୍କ ସମସ୍ୟା । ପାରାଦୀପ ରୁ ସହଜ ଓ ସୁବିଧାରେ ବିଦେଶକୁ ମାଛ ରପ୍ତାନୀ କରାଯାଇପାରିବ । ଏବେ ପାରାଦୀପ ମାଛଧରା ବନ୍ଦରକୁ ମିଳିଛି ଆନ୍ତର୍ଜାତୀୟ ମା...
ଦୂରହେବ ମତ୍ସ୍ୟଜୀବିଙ୍କ ସମସ୍ୟା । ପାରାଦୀପ ରୁ ସହଜ ଓ ସୁବିଧାରେ ବିଦେଶକୁ ମାଛ ରପ୍ତାନୀ କରାଯାଇପାରିବ । ଏବେ ପାରାଦୀପ ମାଛଧରା ବନ୍ଦରକୁ ମିଳିଛି ଆନ୍ତର୍ଜାତୀୟ ମାନ୍ୟତା । ପୂର୍ବରୁ ଏଠାରୁ ଯାଉଥିବା ମାଛ ପାରାଦୀପ ମାଛ ନାମରେ ପରିଚିତ ହେଉନଥିଲା ଏବୋଂ ବହୁ ସମସ୍ୟାମାନ ଉପୁଜୁଥିଲା । କିନ୍ତୁ ଏବେ ସମସ୍ତ ସମସ୍ୟାର ଅନ୍ତ ଘଟିଛି ।
ପାରାଦୀପ ମାଛଧରା ବନ୍ଦରରୁ ସୁବ୍ୟବସ୍ଥିତ ଭାବରେ ଓ ବିନାବାଧାରେ ବିଦେଶକୁ ମାଛ ରପ୍ତାନୀ ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଜୁଲାଇ ୧୫.୨୦୧୭ରେ ମାନ୍ୟତା ପାଇଁ ଆବେଦନ କରିଥିଲା । ଅଗଷ୍ଟ ୯ ତାରିଖରେ ପାରାଦୀପ ମାଛଧରା ବନ୍ଦରକୁ ପରିବେଶ ପ୍ରଭାବ ଆକଳନ ମାନ୍ୟତା ମିଳିଥିଲା ।
ସୂଚନାଯୋଗ୍ୟ ଯେ ପାରାଦୀପ ମାଛଧରା ବନ୍ଦରରୁ ପ୍ରତିବର୍ଷ ପ୍ରାୟ ୩୫ ହଜାର ମେଟ୍ରିକ ଟନ୍ ମାଛ ବିଦେଶକୁ ରପ୍ତାନୀ କରାଯାଉଛି । ପ୍ରତି ବଦଳରେ ଦେଶକୁ ମିଳୁଛି ୫୦୦ କୋଟିର ବୈଦେଶିକ ମୁଦ୍ରା ।
ବୋଟ କର୍ମଚାରୀମାନଙ୍କ ପରିଶ୍ରମ, ମାଲିକ ମାନଙ୍କ ଉଦ୍ୟମ ଓ ସରକାରଙ୍କ ସହଯୋଗ ଯୋଗୁଁ ଏ ସଫଳତା ମିଳିଥିବା କହିଛନ୍ତି ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା । ତେଣେ ଆଗାମୀ ନଭେମ୍ବରରେ ଏହି ମାଛଧରା ବନ୍ଦରକୁ ଇଉରୋପୀଆନ ୟୁନିଅନ ଟିମ୍ ପରିଦର୍ଶନ କରି ପୁଣି ଏକ ମାନ୍ୟତା ଦେବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ମତ୍ସ୍ୟଜୀବି ଓ ବ୍ୟବସାୟୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

COMMENTS