ଆଜି ଗଣେଶ ଚତୁର୍ଥୀ, ସବୁଠି ଆଖି ଝଲସା ତୋରଣ ଓ ପୂଜା ମଣ୍ଡପରେ ରଙ୍ଗୀନ ସାଜସଜ୍ଜା

ଆଜି ଗଣେଶ ଚତୁର୍ଥୀ ।  ବିଘ୍ନ ବିନାଶକଙ୍କ ଆରାଧନା  ଲାଗି ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଏଥିପାଇଁ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ୍‌ ସବୁ ଉତ୍ସବମୁଖ...

ଆଜି ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକଙ୍କ ଆରାଧନା ଲାଗି ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଏଥିପାଇଁ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ୍‌ ସବୁ ଉତ୍ସବମୁଖର ।  ସବୁଠି ଭିନ୍ନଭିନ୍ନ ମଣ୍ଡପରେ ଭିନ୍ନଭିନ୍ନ ବେଶରେ ଶୋଭା ପାଉଛନ୍ତି ଗଜାନନ।

ଆଖି ଝଲସା ତୋରଣ ଓ ରଙ୍ଗୀନ ସାଜସଜ୍ଜା ମଧ୍ୟ ହୋଇଛି ।  ସବୁ ପୂଜା ମଣ୍ଡପରେ ଭିନ୍ନଭିନ୍ନ ସାଜସଜା। ପ୍ରତିଯୋଗୀତା ମୂଳକ ଏହି ସାଜସଜା ରେ ସମସ୍ତେ ନିଜ ନିଜର ସାଧ୍ୟନୁଯାଇ ସଜେଇଛନ୍ତି । ସମସ୍ତେ ବ୍ୟସ୍ତ ଆଜିର ପୂଜାକୁ ନେଇକି । ବଜାରରେ ନହିଁ ନଥିବା ଭିଡ ଭିତରେ କିଏଫୁଲ ଖୋଜୁଛି ତ କିଏ ଭୋଗ ଆଉ ମୂର୍ତି । ସମସ୍ତେ ଅତ୍ୟନ୍ତ ତତ୍ପର ଏହି ଆରାଧ୍ୟ ଦେବତା ଙ୍କ ପୂଜା କୁ ନେଇକି ।

ପୁରୁଣା ଭୁବନେଶ୍ୱର ଚଳିତ ବର୍ଷ ୭୦ରୁ ଊର୍ଧ୍ୱ ସ୍ଥାନରେ ପୂଜା ପାଇବେ ଗଜାନନ । ଖୋର୍ଦ୍ଧା ଜଟଣୀରେ ପ୍ରାୟ ୨୫୦ରୁ ଅଧିକ ମଣ୍ଡପରେ ୧୨ ଦିନ ଧରି ଗଣେଶ ପୂଜା ଚାଲିବ।  ସେହିପରି ତାଳଚେରରେ ୧୨ ଦିନ ଧରି ହେବ ଗଣେଶ ପୂଜ।  ଭୁବନେଶ୍ୱରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ୨୧ ମୁଣ୍ଡ ଓ ୪୨ ହାତ ବିଶିଷ୍ଟ ୧୮ ଫୁଟ ଉଚ୍ଚ ଗଣେଶ ।

ବିସର୍ଜନ :

ଚଳିତ ବର୍ଷ ମଧ୍ୟ ବିସର୍ଜନର ପ୍ରଦୂଷଣକୁ ମୁକ୍ତ କରିବାକୁ କୁଆଖାଇ ନଦୀରେ ବିଏମ୍‌ସି ପକ୍ଷରୁ ଅସ୍ଥାୟୀ ବିସର୍ଜନ ପୋଖରୀ ଖୋଳା ହୋଇଛି।ପରିବେଶ ପ୍ରଦୂଷଣ ଦୃଷ୍ଟିରୁ ରାଜଧାନୀ ଏବଂ ଉପକଣ୍ଠର ସମସ୍ତ ମୂର୍ତ୍ତି ଏଠାରେ ବିସର୍ଜନ କରିବାକୁ ନିୟମ କରାଯାଇଛି ବୋଲି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। କୁଆଖାଇ ଓ ଦୟା ନଦୀରେ  ଅସ୍ଥାୟୀ ପୋଖରୀ ରେ ବିସର୍ଜନକୁ ନେଇ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶନାମା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

ଆଜି ଗଣେଶ ପୂଜା, ସବୁଠି ଆଖି ଝଲସା ତୋରଣ ଓ ପୂଜା ମଣ୍ଡପରେ ରଙ୍ଗୀନ ସାଜସଜ୍ଜା

COMMENTS

Name

enews,156,Latest,600,
ltr
item
EnewsOdia: ଆଜି ଗଣେଶ ଚତୁର୍ଥୀ, ସବୁଠି ଆଖି ଝଲସା ତୋରଣ ଓ ପୂଜା ମଣ୍ଡପରେ ରଙ୍ଗୀନ ସାଜସଜ୍ଜା
ଆଜି ଗଣେଶ ଚତୁର୍ଥୀ, ସବୁଠି ଆଖି ଝଲସା ତୋରଣ ଓ ପୂଜା ମଣ୍ଡପରେ ରଙ୍ଗୀନ ସାଜସଜ୍ଜା
http://enewsodia.com/wp-content/uploads/2017/08/%E0%AC%86%E0%AC%9C%E0%AC%BF-%E0%AC%97%E0%AC%A3%E0%AD%87%E0%AC%B6-%E0%AC%AA%E0%AD%82%E0%AC%9C%E0%AC%BE-%E0%AC%B8%E0%AC%AC%E0%AD%81%E0%AC%A0%E0%AC%BF-%E0%AC%86%E0%AC%96%E0%AC%BF-%E0%AC%9D%E0%AC%B2%E0%AC%B8%E0%AC%BE-%E0%AC%A4%E0%AD%8B%E0%AC%B0%E0%AC%A3-%E0%AC%93-%E0%AC%AA%E0%AD%82%E0%AC%9C%E0%AC%BE-%E0%AC%AE%E0%AC%A3%E0%AD%8D%E0%AC%A1%E0%AC%AA%E0%AC%B0%E0%AD%87-%E0%AC%B0%E0%AC%99%E0%AD%8D%E0%AC%97%E0%AD%80%E0%AC%A8-%E0%AC%B8%E0%AC%BE%E0%AC%9C%E0%AC%B8%E0%AC%9C%E0%AD%8D%E0%AC%9C%E0%AC%BE.png
EnewsOdia
https://enewsodiaofficial.blogspot.com/2017/08/blog-post_814.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/08/blog-post_814.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy