ଆଗାମୀ ଓଡିଆ ଛବି "ଯୋଗୀ" ର ଶୁଭ ମହୁରତ ଭୁବନେଶ୍ଵର ସ୍ଥିତ ଏକାମ୍ର ହାଟରେ ଅନୁଷ୍ଠିତ ହେଇଛି । ଏହି ଉଶ୍ଚବରେ କଳାକାର ହର ରଥ, ପ୍ରଯୋଜକ ଶ୍ରୀଧର ମାର୍ଥା,...
ଆଗାମୀ ଓଡିଆ ଛବି "ଯୋଗୀ" ର ଶୁଭ ମହୁରତ ଭୁବନେଶ୍ଵର ସ୍ଥିତ ଏକାମ୍ର ହାଟରେ ଅନୁଷ୍ଠିତ ହେଇଛି । ଏହି ଉଶ୍ଚବରେ କଳାକାର ହର ରଥ, ପ୍ରଯୋଜକ ଶ୍ରୀଧର ମାର୍ଥା, ସାଂସଦ ପ୍ରସନ୍ନ ପାଟଶାଣିଙ୍କ ସହ ବହୁ ନାମୀ କଳାକାର ଓ ଯୋଗୀ ସିନେମାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଯୋଗୀ ଶୁଭ ମହୁରତ:
ଫିଲ୍ମ - ଯୋଗୀ
ବ୍ୟାନର - ରେଞ୍ଜରୟାଲ ସିନେଲ୍ୟାବ
ପ୍ରଯୋଜକ - ଶ୍ରୀଧର ମାର୍ଥା
କାହାଣୀ - ଛବିତା ମାର୍ଥା
ସଂଳାପ - ଡଃ ରଜନୀ ରଞ୍ଜନ
ସଂଗୀତ - ଦୀପକ କୁମାର
କଣ୍ଠ ଶିଳ୍ପୀ - ହ୍ୟୁମାନ ସାଗର, ସୌରେନ ଭଟ୍ଟ, ପମି, ସତ୍ୟଜିତ, ଅସୀମା, ସଞ୍ଜୁ ଓ ତାରିକ
ଚିତ୍ରନାଟ୍ୟ, ନିର୍ଦେଶନା - ନିରଞ୍ଜନ ବେହେରା
ଅଭିନୟରେ - ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ଦେବ, ତାନିୟା, ଜୟୀ, ବିଜୁ ବଡଜେନା, ଦେବୁବ୍ରମହା, ପାପିସନ୍ତୁକା, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଅସିତ ପତି, ସଲିଳ ମିତ୍ରା, ପ୍ରେମଞ୍ଜନ, ପ୍ରଜ୍ଞା, ଶ୍ୟାମଳେନ୍ଦୁ, ଚକ୍ରଧର ଜେନା, ହାଡୁ, ଅରବିନ୍ଦ, କାଲୀ, ଗୁଡ୍ଡୁ, ଥିନ, ସୁମନ, ଦେବୀ, ଜର୍ଜ, ରବି ମିଶ୍ର, ବନମାଳୀ, ଯୋଗେଶ, ଅମର, ରବି, ଅକ୍ଷୟ ବସ୍ତିଆ, ତିଲୁ, ଶଙ୍କର ଏବୋଂ ଅନ୍ୟମାନେ ।
କାହାଣୀ :
ସ୍ଵାଧୀନ ହେଇବି ଆମେ ପରାଧୀନ । ତଫାତ ଏତିକି ଯେ, ଆମକୁ ସେତେବେଳେ ଇଂରେଜ ମାନେ ଶାସନ କରିଥିଲେ ଏବେ ଛଦ୍ମ ବେସୀ ଭାରତୀୟ ମାନେ ଶାସନ କରୁଛନ୍ତି । ଏଇ ଛଦ୍ମବେଶୀ ଭାରତୀୟ ମାନଙ୍କୁ ଆମେ ଚିହ୍ନିବା କେମିତି, ସେମାନଙ୍କର ଚେହେରା ଏକ ହେଇପାରେ କିନ୍ତୁ ସେମାନଙ୍କର କାର୍ଯ୍ୟକଳାପ ଓ ବେଶଭୁଷା ବିଭିର୍ଣ୍ଣ ପ୍ରକାର । ସେମାନେ ଚିଟଫଣ୍ଡ ମାଲିକ ହେଇ ଗରିବ, ନିରୀହ ଲୋକମାନଙ୍କ ଟଙ୍କାକୁ ଶୋଷଣ କରି ଆତ୍ମହତ୍ୟା ପାଇଁ ବାଧ୍ୟ କରନ୍ତି ତ, କେବେ ବାବା ସାଜି କୁମାରୀ ମାନଙ୍କୁ ମା କରିଦିଅନ୍ତି ।
ଭଣ୍ଡ ଡାକ୍ତର ହେଇ ପୃଥିବୀର ଆଲୋକ ଦେଖିବା ପୂର୍ବରୁ ଭ୍ରୂଣକୁ ହତ୍ୟା କରିପାରନ୍ତି । ବେଳେ ବେଳେ ଆଇନର ରକ୍ଷକ ସାଜି ନିଜ ସ୍ଵାର୍ଥ ବଦଳରେ ଆଇନକୁ ନିଲାମ କରିଦିଅନ୍ତି । ସେମାନେ ଅଙ୍ଗନବାଡି ଡାଲି, ଆଳୁ, ପିଆଜ ଓ ଗୋଖାଦ୍ୟକୁ ଖାଇ ପାରନ୍ତି । ଖଣି, କୋଇଲା, ମାଟିକୁ ବି ସେମାନେ ହଜମ କରି ଦିଅନ୍ତି । କେବଲ ନିଜ ସ୍ଵାର୍ଥ ପାଇଁ ।
ଆମେମାନେ କେବଳ ଗୋଟିଏ ଅଧିକାର ଜାଣିଛୁ, ଭୋଟ ଦେବା । ବଡ ଆଶ୍ଚର୍ଯ୍ୟର ବିଷୟ ଏହି ଏକମାତ୍ର ଅଧିକାର ଆମ ସପକ୍ଷରେ ଯାଏନି । ଯେଉଁ ଶାସନ ଗୋଷ୍ଠୀକୁ ଭଲ ଭାବେ ଆମେ ନିର୍ବାଚନ କରୁ ସେଇମାନେ ହିଁ ଆମକୁ ଶୋଷଣ କରନ୍ତି । ଜାଣି ହୁଏନି କି ବୁଝି ହୁଏନି ଏଇଟା କାହାର ଭୁଲ ଆମର ନା ଏଇ ଛଦ୍ମବେଶୀ ମାନଙ୍କର ନା ଆମ ସିଷ୍ଟମର ।
ଏଠି ମିଛ ହେଇଯାଇଛନ୍ତି ମହାତ୍ମା । ନାଥୁରାମ ମାନେ ଚରଖା ପିନ୍ଧି ଗାନ୍ଧୀଙ୍କର ସ୍ଵପ୍ନା ବାଣ୍ଟି ବାଣ୍ଟି ସାମାଜିକ କର୍ମ ସାଜି ଅସମାଜିକ କର୍ମରେ ଛଦ୍ମବେଶୀ ମାନେ ଲିପ୍ତ ରହୁଛନ୍ତି ଗାନ୍ଧୀ ଟୋପି ପିନ୍ଧି ।
ତଥାପି ଭାରତମାତା ପାଖରେ ମହାତ୍ମା ଗାନ୍ଧୀଙ୍କ ଭଳି ପୁଅ ମାନଙ୍କର ଅଭାବ ନାହିଁ । ସଂଗ୍ରାମ ଚାଲିଥିଲା ଏବେବି ଚାଲିଛି ନାମକୁ ମାତ୍ର ସ୍ଵାଧୀନ ଥିବା ଭାରତୀୟମାନେ ପୁଣି ଥରେ ସ୍ଵାଧୀନ ହେବେ । ବାପୁଙ୍କର ସ୍ଵପ୍ନର ରାମ ରାଜ୍ୟ ନିଶ୍ଚୟ ଫେରିବ । ଆଉ ରାମରାଜ୍ୟ କିପରି ଫେରୁଛି, ସିଏ ହେଇଉଛି ଏ ସିନେମାର ପ୍ରୁଷ୍ଠ ଭୂମି ।
COMMENTS