ମାରୁତି ଶୋ ରୁମ୍ରେ ଭୟାବହ ଅଗ୍ନିକାଣ୍ଡ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ । କଟକ- ଫୁଲନଖରା ନିକଟ ପ୍ରତାପନଗର ଠାରେ ଥିବା ମାରୁତି ସୋରୁମ ରେ ଭୟାବହ ଅଗ...
ମାରୁତି ଶୋ ରୁମ୍ରେ ଭୟାବହ ଅଗ୍ନିକାଣ୍ଡ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ । କଟକ- ଫୁଲନଖରା ନିକଟ ପ୍ରତାପନଗର ଠାରେ ଥିବା ମାରୁତି ସୋରୁମ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ୫ଟା ୩୦ ସମୟରେ ସୋ-ରୁମରେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଲୋକ ପ୍ରଥମେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।
ଏହି ଅଗ୍ନିକାଣ୍ଡରେ କେହି ଆହତ ହେଇନଥିବାର ସୂଚନା ମିଳିଛି ।
୭ଟି ଦମକଳ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅଗ୍ନିଶମ ବିଭାଗ କହିଛି । । ବହୁ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରଥମେ ତଳ ମହଲାରେ ନିଆଁ ଲାଗି ଉପର ମହଲାକୁ ବ୍ୟାପି ଯାଇଥିଲା।
ସୋରୁମର ଗୋଟିଏ ମାତ୍ର ପ୍ରବେଶ ପଥ ରହିଥିବାରୁ ନିଆଁକୁ ଆୟତ୍ତ କରିବାରେ ଅସୁବିଧା ହେଉଥିବାର ଅଗ୍ନିଶମ ବିଭାଗ କହିଛି । ସୋରୁମର ପ୍ରଥମ ମହଲାରେ ରଖାଯାଇଥିବା ପେଟ୍ରୋଲ ପାଇଁ ନିଆଁ ଚାରିଆଡକୁ ବ୍ୟାପିଥିଲା ବୋଲି ସୂଚନା ମିଳିଛି ।
COMMENTS