ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ବିଭୀର୍ଣ କାର୍ଯ୍ୟରେ ବ୍ଯବହ୍ରୁତ କରିହୁଏ । ରୋଷେଇ ଘରର ମୁଖ୍ୟ ଉପାଦାନ ଭାବେ ଏହାକୁ ନିଆଯାଏ। ଖାଦ୍...
ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ବିଭୀର୍ଣ କାର୍ଯ୍ୟରେ ବ୍ଯବହ୍ରୁତ କରିହୁଏ । ରୋଷେଇ ଘରର ମୁଖ୍ୟ ଉପାଦାନ ଭାବେ ଏହାକୁ ନିଆଯାଏ। ଖାଦ୍ୟ ତିଆରି, ତ୍ୱଚାର ଚମକ, ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ଥଣ୍ଡା କିମ୍ବା ଜ୍ଵର ରୁ ଶରୀର ପୀଡା କରୁଥିଲେ କିଛି ସୋରିଷ ତେଲ ସହ, ରସୁଣ କୋଲା ଓ କିଛି କଳା ଜୀରା ଫୁଟାଇ ମାଲିସ କାଲେ ଆରମ ମିଳିଥାଏ ।
ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଏହା ବ୍ୟତୀତ ମଜଭୁତ କେଶ ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର ହୁଏ । ଆପଣ ଜାଣନ୍ତି କି ସୋରିଷ ତେଲର ବ୍ୟବହାର ଦ୍ୱାରା ଆପଣ ଆକର୍ଷଣୀୟ ଚେହେରା ମଧ୍ୟ ପାଇପାରିବେ । ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲ ତ୍ୱଚା ପାଇଁ ବହୁତ ଉପକାରୀ । ଜାଣନ୍ତୁ ଶରୀର ପ୍ରତି ସୋରିଷ ତେଲ ର ଆବଶ୍ୟକତା ଓ ଉପକାରିତା ବିଷୟରେ
୧. ହାନିକାରକ କେମିକାଲ ଯୁକ୍ତ କଣ୍ଡିସନର କେଶରେ ଲଗାଇବା ପରିବର୍ତେ କେଶରେ ସୋରୀଷ ତେଲ ଲଗାନ୍ତୁ । ଏହା ପ୍ରାକୃତିକ ରୂପରେ କେଶକୁ କଣ୍ଡିସନ କରିଥାଏ ।
୨. ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ୱ ମିଳିଥାଏ । କେଶରେ ସୋରୀଷ ତେଲ ମାଲିସ କଲେ କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳେ ।
୩. ମୁୁହଁରେ ପ୍ରତିଦିନ ସୋରୀଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ । ୧ ଚାମଚ ବେସନ, ୧ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରୀଷ ତେଲ ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ ।
୪. ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା । ଆପଣ ସୋରୀଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ତ୍ୱଚାରେ ଚମକ ଆସେ ।
ଯାଣନ୍ତୁ ବଲୀଉଡ କଳାକାର ଙ୍କ ପ୍ରିୟ ଖାଦ୍ୟ ବିଷୟରେ ।
COMMENTS