ବର୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କ ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି । ଏସିଡ଼ିଟି ରୋଗ ଅସମୟ ରେ ଖାଇବା, ପାଣି କମ ପିଇବା କିମ୍ବା ଖାଦ୍ୟ ହଜମ ନହେଲେ ହେଇଥାଏ । ...
ବର୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କ ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି । ଏସିଡ଼ିଟି ରୋଗ ଅସମୟ ରେ ଖାଇବା, ପାଣି କମ ପିଇବା କିମ୍ବା ଖାଦ୍ୟ ହଜମ ନହେଲେ ହେଇଥାଏ । ପ୍ରଥମେ ପ୍ରଥମେ ଏସିଡ଼ିଟି ହୋଇଥିଲେ , ଏହା ଘରୋଇ ଉପଚାର ଦ୍ଵାରା ଜଲଦି ଭଲ ହୋଇଯିବ। ଏସିଡ଼ିଟି ବହୁତ ଦିନର ହେଲେ ଏହା ବହୁତ ଅସୁବିଧା କରାଇଥାଏ । ଏହା ଗୋଟିଏ ସାଧାରଣ ରୋଗ କିନ୍ତୁ ଯଦି ଆମେ ଏହାର ଉପଚାର ନକଲେ ଏହା ବହୁତ କଷ୍ଟ ଦେଇ ଥାଏ ଯେପରିକି ମୁଣ୍ଡ ବିନ୍ଧା, ପେଟ ବିନ୍ଧା, ବାନ୍ତି ଓ ପେଟ ଫୁଲିବା ଇତ୍ୟାଦି । ଯଦି ଏହାର ଠିକ ରେ ଯତ୍ନ ନ ନେବା ବେଳେ ବେଳେ ଏସିଡ଼ିଟି ମଧ୍ୟ ମୃତ୍ୟୁ ର କାରଣ ହୋଇ ଥାଏ । ତେଣୁ ଏସିଡ଼ିଟି ଭଳି କଠିନ ସମସ୍ୟାକୁ ଦୂର କରିବା ପାଇଁ ସମ୍ପୂର୍ଣ ଘରୋଇ ଉପଚାର ବିଷୟରେ ଯାଣନ୍ତୁ ।
୧.ତୁଳସୀ ପତ୍ର :
ତୁଳସୀ ଗଛ ର ପତ୍ର ଜଲଦୀ ମିଳି ଯାଏ । ସକାଳୁ ଗାଧୋଇ ୪ ରୁ ୫ ଟା ତୁଳସୀ ପତ୍ର ସହ କିଛି ପାଣି ପିଅନ୍ତୁ| ଏସିଡ଼ିଟି ପାଇଁ ଏଇଟା ବହୁତ ଭଲ କାମ ଦେବ । ସବୁଦିନ ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଏବଂ କାଶ ହେବନି ।
୨.ଜୁଆଣୀ :
ଏହା ମଧ୍ୟ ଘରେ ଜଲଦୀ ମିଳି ଯାଏ ଏବଂ ଏସିଡ଼ିଟି ପାଇଁ ବହୁତ ଉପକାରୀ । କିଛି ପରିମାଣ ର ଜୁଆଣି କୁ ଗୋଟେ କପ ପାଣି ରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ ହୋଇ ଯିବ । ଜୁଆଣି କୁ ପାଣି ରୁ ଛାଣି ଥଣ୍ଡା କରି ପିଅନ୍ତୁ ।
୩. ଅଁଳା :
ଅଁଳା ଏସିଡ଼ିଟି ପାଇଁ ବହୁତ ଭଲ । ଯଦି ଆପଣଙ୍କର ଏସିଡ଼ିଟି ସବୁଦିନ ବାହାରୁଚି ତା ହେଲେ ସବୁଦିନ କିଛି କଞ୍ଚା ସବୁଜ ଅଁଳା ଖାନ୍ତୁ। ଯଦି କଞ୍ଚା ଅଁଳା ମିଳୁନି ତା ହେଲେ ସବୁ ଦିନ ସକାଳେ ଖାଲି ପେଟ ରେ ଅଁଳା ଗୁଣ୍ଡ ରେ ପାଣି ମିଶାଇ ପିଅନ୍ତୁ ।
୪. ଜିରା :
କିଛି ପରିମାଣର ଜିରା କୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଲା ଲୁଣ ସହ ମିଶାଇ ଖାଇଲେ ଏସିଡ଼ିଟିରୁ ସଂଗେ ସଂଗେ ଉପଶମ ମିଳେ |
୫. ପୁଦିନା ପତ୍ର:
ସବୁଦିନ ଖାଦ୍ୟରେ ପୁଦିନା ପତ୍ର ଖାଇଲେ ବା ସାଲାଡ଼ରେ ପୁଦିନା ପତ୍ର କାଟି ମିଶେଇ ଖାଇଲେ ଏସିଡ଼ିଟି ଦୂର ହୁଏ ।
୬. ବେଲ ପତ୍ର:
ପ୍ରତିଦିନ କିଛି ବେଲ ପତ୍ରକୁ ୫ଟି ଗୋଲମରିଚ ଏବଂ କିଛି କଳାଲୁଣ ସହ ମିଶାଇ ଚୋବେଇ ଖାନ୍ତୁ ।
COMMENTS