ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

କର୍ପୂର ହେଉଛି ସବୁଠାରୁ ଶସ୍ତା ଓ ଉପକାରୀ ଜିନିଷ  । ଏହାକୁ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ତ ଦୂର ହୋଇଥାଏ ଏଥିସହ ଘରେ ଥିବା ମଶା ଓ ଅସରପାଙ୍କ ଉପଦ୍ରବରୁ ସବୁଦିନ ପାଇ...

କର୍ପୂର ହେଉଛି ସବୁଠାରୁ ଶସ୍ତା ଓ ଉପକାରୀ ଜିନିଷ  । ଏହାକୁ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ତ ଦୂର ହୋଇଥାଏ ଏଥିସହ ଘରେ ଥିବା ମଶା ଓ ଅସରପାଙ୍କ ଉପଦ୍ରବରୁ ସବୁଦିନ ପାଇଁ ମୁକ୍ତି ମଧ୍ୟ ପାଇ ପାରିବେ । ଏଥିସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ।
ଯଦିଓ ପୂଜାପାଠରେ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ଏହାର ଉପକାରୀତା ସଂପର୍କରେ ସଂପର୍କରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ  ।

•  କର୍ପୂରକୁ ଆପଣ ଆପଣଙ୍କ ରୁମ୍ ଫ୍ରେସନର ହିସାବରେ ଗ୍ରହଣ କରିପାରିବେ ।  ତେବେ ରୁମର ଏକ ଖୋଲା ସ୍ଥାନରେ ଦୀପରେ କର୍ପୂର ଦେଇ ଜାଣନ୍ତୁ । ଦେଖିବେ କିଛି ସମୟପରେ ଏହାର ସୁଗନ୍ଧ ସଂପୂର୍ଣ୍ଣ ରୁମରେ ଖେଳିଯିବା ସହ ଏକ ସୁଗନ୍ଧମୟ ବାତାବରଣ ସୃଷ୍ଟି ହୋଇଥାଏ ।

•  କର୍ପୂର ସାଧାରଣତଃ କୀଟନାଶକ ଔଷଧ ଭାବରେ କାର୍ଯ୍ୟ କରିଥାଏ । ଏଥିସହ ପବନରେ ଚଳପ୍ରଚଳ କରିଥିବା ବିଭିନ୍ନ ବ୍ୟାକ୍ଟେରିଆଙ୍କୁ ମଧ୍ୟ ସଫା କରିବାରେ ସହାୟକ ହୋଇଥାଏ ।

•  ବିଶେଷ କରି ବର୍ଷା ଦିନରେ ଘରେ ପ୍ରତିଦିନ କର୍ପୂର ଜାଳିବା ଅତ୍ୟନ୍ତ ଜରୁରୀ । କାରଣ ଏଭଳି କରିବାଦ୍ୱାରା ଘର ମଧ୍ୟରେ ସତେଜତା ବଜାୟ ରହିଥାଏ ।

• କର୍ପୂରର ବ୍ୟବହାର ଆପଣ କୌଣସି ପ୍ରକାର ଇନଫେକ୍ସନ ପାଇଁ ପ୍ରୟୋଗ କରିବା ସହ ଦାନ୍ତରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ରକ୍ଷା ପାଇବା ପାଇଁ ପ୍ରୟୋଗ କରିପାରିବେ । ଆପଣଙ୍କ ତ୍ଵଚା, କେଶ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭ ଦାୟକ ।

•  କର୍ପୂର ଏକ ଭଲ ଓ ପ୍ରାକୃତିକ କୀଟାଣୁନାଶକ ଭାବରେ ମଧ୍ୟ କାମ କରିଥାଏ । ଆଉ ସବୁଠାରୁ ବଡକଥା ହେଲା ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୌଣସି ପ୍ରକାରର ଖରାପ ପ୍ରଭାବ ପକାଇ ନଥାଏ ।

•  ଯଦି ଆପଣଙ୍କ ଘରେ ଅଧିକ ମାତ୍ରାରେ ପିମ୍ପୁଡି କିମ୍ବା ଅସରପାଙ୍କ ଉପଦ୍ରବ ବଢିଯାଇଛି ତେବେ କର୍ପୂରର ବ୍ୟବହାର କରିବାଦ୍ୱାରା ଏମାନଙ୍କଠାରୁ ସବୁଦିନ ପାଇଁ ରକ୍ଷା ପାଇପାରିବେ ।

•  ବର୍ଷା ଦିନରେ ମଶା ହେବା ଏକ ସାଧାରଣ କଥା ଅଟେ । ତେବେ ପ୍ରତିଦିନ ଆଳତୀରେ କର୍ପୂରକୁ ବ୍ୟବହାର କରିବାଦ୍ୱାରା ଏହାର ଧୂଆଁରେ ମଶାଙ୍କୁ ରୋକା ଯାଇ ପାରିବ ।

ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

COMMENTS

Name

enews,156,Latest,600,
ltr
item
EnewsOdia: ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ
ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ
http://enewsodia.com/wp-content/uploads/2017/08/%E0%AC%86%E0%AC%B8%E0%AC%A8%E0%AD%8D%E0%AC%A4%E0%AD%81-%E0%AC%9C%E0%AC%BE%E0%AC%A3%E0%AC%BF%E0%AC%AC%E0%AC%BE-%E0%AC%95%E0%AC%B0%E0%AD%8D%E0%AC%AA%E0%AD%82%E0%AC%B0-%E0%AC%B0-%E0%AC%89%E0%AC%AA%E0%AC%95%E0%AC%BE%E0%AC%B0%E0%AD%80%E0%AC%A4%E0%AC%BE-%E0%AC%93-%E0%AC%8F%E0%AC%B9%E0%AC%BE%E0%AC%B0-%E0%AC%95%E0%AD%87%E0%AC%A4%E0%AD%87%E0%AC%95-%E0%AC%98%E0%AC%B0%E0%AD%8B%E0%AC%87-%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0-%E0%AC%AC%E0%AC%BF%E0%AC%B7%E0%AD%9F%E0%AC%B0%E0%AD%87.jpg
EnewsOdia
https://enewsodiaofficial.blogspot.com/2017/08/blog-post_23.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/08/blog-post_23.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy