ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ । ସୁନାମଧାନ୍ୟ ସାହିତିକା ସାରଳା ଦେବୀଙ୍କ ଜୟନ୍ତୀ ଅବସରରେ ଆଜି ସମାଜସେବୀ ତ...
ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ । ସୁନାମଧାନ୍ୟ ସାହିତିକା ସାରଳା ଦେବୀଙ୍କ ଜୟନ୍ତୀ ଅବସରରେ ଆଜି ସମାଜସେବୀ ତୁଳସୀ ମୁଣ୍ଡାଙ୍କୁ ସମ୍ମାନିତ କରାଯିବ । ତୁଳସୀ ମୁଣ୍ଡା ତାଙ୍କ ଜୀବନରେ ବହୁ ଜନହିତକର କାର୍ୟ୍ୟ କରିବା ସହ ନାରୀମାନଙ୍କ ପାଇଁ ମଧ୍ୟ ସ୍ୱର ଉଠାଇଛନ୍ତି ।
ନାରୀ ଜାତି ଓ ଶିଶୁ ମାନଙ୍କ ପାଇଁ ସେ ବହୁତ ହିତକର କାର୍ଯ୍ୟ ମଧ୍ୟ କରିଛନ୍ତି । ଶିଶୁ ମାନଙ୍କର ଉଚ ଶିକ୍ଷା ପାଇଁ ସୁବିଧା କରାଇଛନ୍ତି ।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କଟକ ସାରଳା ସ୍ମୃତି ସଦନରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପୁରସ୍କାରରେ ତୁଳସୀ ମୁଣ୍ଡାଙ୍କୁ ୧୧ ହଜାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ । ଏହାସହ ଡଃ ପ୍ରତିଭା ଶତପଥୀଙ୍କ ଲିଖିତ ସରଳା ଦେବୀ ପୁସ୍ତକ ମଧ୍ୟ ଆଜି ଉନ୍ମୋଚନ ହେବ ।
ଏହି ଉତ୍ସବରେ ବିଶିଷ୍ଟ ଲେଖିକା ଡଃ ପ୍ରତିଭା ଶତପଥୀଙ୍କ ଲିଖିତ ‘ସରଳା ଦେବୀ’ ପୁସ୍ତକ ମଧ୍ୟ ଉନ୍ମୋଚନ ହେବାର କାର୍ୟ୍ୟକ୍ରମ ରହିଛି ।
ତୁଲସୀ ମୁଣ୍ଡା ବିୟପିକ ବିଷୟରେ ଅଧିକ ଜାଣନ୍ତୁ ।
COMMENTS