ବରିଷ୍ଠ ବିଜେପି ନେତା ତଥା ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ ଏକ ନୂଆ ରୂପରେ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ୍ୟ । ରାକ୍ଷୀ ପୂର୍ଣ୍ଣିମା ଦିନ...
ବରିଷ୍ଠ ବିଜେପି ନେତା ତଥା ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ ଏକ ନୂଆ ରୂପରେ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ୍ୟ । ରାକ୍ଷୀ ପୂର୍ଣ୍ଣିମା ଦିନ ପ୍ରତାପ ଏକ ଅତ୍ୟାଧୁନିକ ସ୍ପୋର୍ଟସ ବାଇକରେ ନିଜ ନିର୍ବାଚନମଣ୍ଡଳୀରେ ବୁଲୁଥିବା ଦେଖାଯାଇଥିଲା । ଲାଗୁଥିଲା ଯେମିତି ଧୁମ୍ ଫିଲ୍ମ ଶୁଟିଂ ଚାଲିଛି ।
ସାଧାସିଧା ଜୀବନ ବିତାଉଥିବା ପ୍ରତାପଙ୍କ ହଠାତ୍ ଏଭଳି ରୂପ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କାରଣ କଣ ଜଣାପଡିନି। ତେବେ ନିକଟରେ ପ୍ରତାପ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏବେ ପ୍ରତାପଙ୍କ ଏଭଳି ରୂପ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରୟାସ ବୋଲି ଆଲୋଚନା ହୋଇଛି ।

COMMENTS