ସିନେମା ପ୍ରେମୀମାନେ ଓଡିଆ ର ବେଶ ଜଣାଶୁଣା ନାୟକ ସମ୍ବିତ ଙ୍କ ସହିତ ଅଙ୍କିତା ଙ୍କୁ ପ୍ରଥମ ଥର ପାଇଁ ଏକ ନୂଆ ସିନେମା " ମନ ଖାଲି ତତେ ଚାହେଁ " ରେ ଦେ...
ସିନେମା ପ୍ରେମୀମାନେ ଓଡିଆ ର ବେଶ ଜଣାଶୁଣା ନାୟକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଏକ ନୂଆ ସିନେମା "ମନ ଖାଲି ତତେ ଚାହେଁ" ରେ ଦେଖିବାକୁ ପାଇବେ। ନିମାଇଁ ଓଝା ଙ୍କ ଦ୍ଵାରା ନିର୍ଦେଶିତ ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ ।
ବିଶେଷ ସୂତ୍ରରୁ କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ସଂବିତ ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗାଟୋକା, ଓମ୍ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍ , ଲେଖିଛି ନାଆଁ ତୋର, ଛାତି ତଳେ ଡିଂ ଡଙ୍ଗ୍ ଏବଂ ତମକୁ ଦେଖିଲା ପରେ ଆଦି ଓଡିଆ ଛବିରେ ଅଭିନୟ କରିସାରିଲେଣି ।
ଓଡିଆ ରିୟ୍ଯାଲିଟି ଶୋ ମିଠା ମିଠା ରୁ କେରିୟାର ଆରମ୍ଭ କରିଥିବା ଅଙ୍କିତା ଇତି ମଧ୍ୟରେ ଅଙ୍କିତା ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠା ମିଠା’ ରେ ନଜର ଆସିଥିଲେ । ଇଷ୍କ ୱାଲା ଲଭ ମଧ୍ୟ ତାଙ୍କର ଅନ୍ୟ ଏକ ଓଡିଆ ଛବି, ଯାହାର ଶୁଟିଂ ଆରମ୍ଭ ସରିଲାଣି।
ଦେଖାଯାଉ ସଂବିତ ଆଉ ଅଙ୍କିତା ଙ୍କ ଏହି ସିନେମା ଟି ଦର୍ଶାକ ଙ୍କ ମନକୁ କେତେଦୂର ପହଞ୍ଚୁଛି।

COMMENTS