ଗ୍ରାମୀଣ ଆବାସ ଯୋଜନା ରେ ହେଉଉଥିବା ଦୁର୍ନୀତି ବନ୍ଦ କରିବା ପାଇଁ ଭିଜିଲାନ୍ସ ତତ୍ପର ହେବା ସହ ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ଉଠାଇଛି। ଲାଞ୍ଚ ଦିଆ ନିଆ ମାମଲା...
ଗ୍ରାମୀଣ ଆବାସ ଯୋଜନା ରେ ହେଉଉଥିବା ଦୁର୍ନୀତି ବନ୍ଦ କରିବା ପାଇଁ ଭିଜିଲାନ୍ସ ତତ୍ପର ହେବା ସହ ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ଉଠାଇଛି। ଲାଞ୍ଚ ଦିଆ ନିଆ ମାମଲାର ସୂଚନା ଦେବା ପାଇଁ ଭିଜିଲାନ୍ସ ସ୍ଵତନ୍ତ୍ର ଟେଲିଫୋନ ନମ୍ବର ଜାରି କରିଛି। କୌଣସି ଅଧିକାରୀ ଲାଞ୍ଚ ମାଗୁଥିଲେ କିମ୍ବା ଦୁର୍ନୀତି କରୁଥିଲେ ତାର ସୂଚନା ଆପଣ ଜଣାଇ ପାରିବେ। ଗୁରୁବାର ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଆରପି ଶର୍ମା ପ୍ରେସମିଟ୍ କରି ଏହାର ସୂଚନା ଦେଇଛନ୍ତି।
ଆରପି ଶର୍ମା ସୂଚନା ଦେଇ କହିଛନ୍ତି ଯେ ଏଯାବତ ୩୭ଟି ମାମଲା ରୁଜୁ ହୋଇଛି ଏବଂ ୯ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ୩୭ଟି ମାମଲା ରୁଜୁ କରାଯାଇଛି। ଏହା ବାଦ ସେହିପରି ବର୍ତ୍ତମାନ ସୁଦ୍ଧା ୧୯୬ଟି ମାମଲାରେ ଗୁପ୍ତ ସୂଚନା ଆଧାରରେ ତଦନ୍ତ କରାଯାଉଛି। ଆଜି ଶ୍ରୀ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଲୋକେ ଚାହିଁଲେ ବିଭିନ୍ନ ଦିର୍ନୀତି ନେଇ ଭିଜିଲାନ୍ସକୁ ଅବଗତ କରି ପାରିବେ।
ଏହା ସହ ଭିଜିଲାନ୍ସକୁ ଲାଞ୍ଚ ମାମଲାରେ ସୂଚନା ଦେବା ପାଇଁ ସ୍ଵତନ୍ତ୍ର ଟେଲିଫୋନ୍ ନମ୍ବର ଜାରି କରାଯାଇଛି। କଟକ ପାଇଁ ୦୬୭୧-୨୩୦୫୬୮୨, ଭୁବନେଶ୍ଵର ପାଇଁ ୦୬୭୪-୨୩୯୭୭୪୮, ବ୍ରହ୍ମପୁର ପାଇଁ ୦୬୮୦-୨୨୮୨୩୦୦, ସମ୍ବଲପୁର ପାଇଁ ୦୬୬୩-୨୪୧୨୧୧୫, ବାଲେଶ୍ଵର ପାଇଁ ୦୬୭୮୨-୨୫୫୦୦୫, କୋରାପୁଟ ପାଇଁ ୦୬୮୫୪-୨୩୩୩୩୦ ଓ ଭିଜିଲାନ୍ସ ମୁଖ୍ୟାଳୟ ପାଇଁ ୦୬୭୧-୨୩୦୫୯୮୮ ନମ୍ବର ଜାରି କରାଯାଇଛି।
COMMENTS