୨୦୧୭ ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିଛି ମୋଟ୍ ୧୭ ଓଡ଼ିଆ ଛବି । ଏବର୍ଷର ଆରମ୍ଭ ହୋଇଥିଲା ଜାନୁଆରି ୧ରେ ମୁକ୍ତିଲାଭକରିଥିବା ଓଡିଆ ସିନେମା ‘ ଗଡଫାଦର ’ ଓ ‘ନିଝୁ...
୨୦୧୭ ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିଛି ମୋଟ୍ ୧୭ ଓଡ଼ିଆ ଛବି । ଏବର୍ଷର ଆରମ୍ଭ ହୋଇଥିଲା ଜାନୁଆରି ୧ରେ ମୁକ୍ତିଲାଭକରିଥିବା ଓଡିଆ ସିନେମା ‘ଗଡଫାଦର ’ ଓ ‘ନିଝୁମ ରାତିର ସାଥୀ’ ରୁୁ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଉଭୟ ସିନେମାରୁ ହିଁ ଆରମ୍ଭ ହୋଇଥିଲା ନବାଗତା ନାୟିକାମାନଙ୍କର ଓଡିଆ ସିନେମା ଜଗତ କୁ ଯାତ୍ରା ।
ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡଫାଦର୍’ରେ ଜଣେ ନବାଗତା ନାୟିକା ଅନନ୍ୟା ମିଶ୍ର ଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ ଏବୋଂ ନିଝୁମ ରାତିର ସାଥୀରେ ସୋନାଲି ପ୍ରଥମଥର ପାଇଁ ନାୟକ ଚନ୍ଦନଙ୍କ ସହ ଯୋଡ଼ି ହୋଇ ଆସିଥିଲେ ପରଦା ଉପରକୁ ।
ଆଖି ଖୋଲିଲେ ତୁ- ତୁ ହି ତୁ ରେ ନମ୍ରତା ସିଂହ ଦେଓ, ତୁ ମୋ ଲଭଷ୍ଟୋରିରେ ଭୂମିକା ଦାଶ, ଟିକେ ଖରା ଟିକେ ଛାଇରେ ପ୍ରିୟଙ୍କା, ଟପୋରିରେ ଅନ୍ଵେଷା ଓଲିଉଡରେ ତାଙ୍କର ଅଭିନୟ ର କର୍ଜ୍ୟକ୍ରମ ଆରମ୍ଭ କରିଥିଲେ ।
ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠାମିଠା’ ଦୁଇ ଜଣ ନବାଗତା ନାୟିକା ଅଙ୍କିତା ଦାଶ ଓ ଶ୍ରଦ୍ଧାଞ୍ଜଳୀ ପାନିଗ୍ରାହୀ ପ୍ରଥମ ଥର ପାଇଁ ପରଦାକୁ ଅସେିଥିଲେ । ଠିକ୍ ସେହିପରି ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ‘ତୁଳସୀ ଅପା’ରେ ବର୍ଷା ନାୟକ ପ୍ରଥମ ଥର ଲାଗି ନାୟିକା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଅନ୍ୟ ପକ୍ଷରେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ ସିଷ୍ଟର ଶ୍ରୀଦେବୀ’ରେ ଜଣେ ନବାଗତା ଶିବାନୀଙ୍କୁ ବାବୁସାନଙ୍କ ଅପୋଜିଟ୍ରେ ଦେଖିବାକୁ ପାଇଥିଲେ ଦର୍ଶକ ।

COMMENTS