ଆଜି ଭୁବନେଶ୍ୱରରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଏସୀୟ ଦୈଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନ ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ମୁ...
ଆଜି ଭୁବନେଶ୍ୱରରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଏସୀୟ ଦୈଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନ ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।
ବହୁ ରଙ୍ଗରଙ୍ଗ ଓ ସଂସ୍କୃତିକ କର୍ଜ୍ୟକ୍ରମ ସହ ଏହି ଏସିଆ କ୍ରିଡା ପ୍ରତିଯୋଗିତାର ସପର୍ଣ୍ଣ ଘଟିଛି। ଭାରତ ମେଡାଲ ଜିତିବାର ସର୍ବୋଚ ସ୍ଥାନରେ ରହିଛି । ଏହା ଭାରତ ପାଇଁ ଏକ ଗର୍ବର ବିଷୟ ।
ତେବେ ଏସୀୟ ଦୈାଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନରେ ସ୍କୁଲଗୁଡିକର ପ୍ରମୁଖ ଭୂମିକା ରହିଥିଲା । ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।
କ୍ରୀଡ଼ା ମହାକୁମ୍ଭରେ ପ୍ରତିଦିନ ୨୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ତେବେ ୫ ତାରିଖ ଉଦଘାଟନୀ ଉତ୍ସବ ଦିନ ବି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା ।

COMMENTS