ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତ କରିବେ । ଆସନ୍ତା ୨୦ ତାରିଖରେ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ପାଇକ ବିଦ୍ରୋହ ର ୨ ଶହ ବର୍ଷ ...
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତ କରିବେ । ଆସନ୍ତା ୨୦ ତାରିଖରେ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଉତ୍ସବରେ ସେ ଯୋଗ ଦେବେ।
ମୁଖ୍ୟମନ୍ତ୍ରି ଆସନ୍ତାକାଲି ବିଜ୍ଞାନ ଭବନରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଯୋଗଦେବେ । ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଭେଟିବେ ।
ଏହା ସହ ସେ ୨୨ ତାରିଖରେ ହାଇଦ୍ରାବାଦ ଭବନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ବିଦାୟ ସମ୍ବର୍ଦ୍ଧନାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ୨୩ ତାରିଖ ଦିନ ଅପରାହ୍ନରେ ଭୁବନେଶ୍ୱର ଫେରିବା ନେଇ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

COMMENTS