ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରି ଦେଶର ୧୪ ତମ ରାଷ୍ଟ୍ରପତି ହେବା...
ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରି ଦେଶର ୧୪ ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସଂଘର ସଦସ୍ୟ ଭାବେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି । ସେ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେବେ। ନିର୍ବାଚନରେ କୋବିନ୍ଦଙ୍କୁ ୬୫.୬୫ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ମୀରା କୁମାରଙ୍କୁ ମିଳିଛି ୩୪.୩୫ ଭୋଟ୍।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସମସ୍ତ ଲୋକ ମୋ ଉପରେ ବିଶ୍ଵାସ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞ। ମୁଁ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କୁ ଶୁଭକାମନା ସହ ଧନ୍ୟବାଦ ଦେଉଛି।
ସୋମବାର ଅନୁଷ୍ଠିତ ମତଦାନରେ ଓଡ଼ିଶାରୁ ୧୪୬ ଜଣ ବିଧାୟ ଭୋଟ୍ ଦେଇଥିଲେ। କଂଗ୍ରେସ ଵିଧାୟକ ସୁବଳ ସାହୁ ଅସୁସ୍ଥତା କାରଣରୁ ଭୋଟ୍ ଦେବାରୁ ବଞ୍ଚିତ ହୋଇଥିଲେ। ଏହି ୧୪୬ ବିଧାୟକଙ୍କ ମଧ୍ୟରୁ ୧୨୭ କୋବିନ୍ଦଙ୍କୁ ଭୋଟ୍ ଦେଇଥିବା ବେଳେ ମୀରା କୁମାରଙ୍କୁ ୧୭ଟି ଭୋଟ୍ ଦେଇଛନ୍ତି। ଓଡ଼ିଶାରୁ ୨ଟି ଭୋଟ୍ ନାକଚ ହୋଇଯାଇଛି। କୋବିନ୍ଦକୁ ୫୨୨ ସାଂସଦ ଭୋଟ୍ ଦେଇଥିବା ବେଳେ ୨୨୫ ସାଂସଦ ମୀରାଙ୍କୁ ଦେଇଛନ୍ତି। ରାମନାଥଙ୍କ ମୋଟ ଭୋଟ ମୂଲ୍ୟ ୧୮ ହଜାର ୯ଶହ ୨୩ ଥିବା ବେଳେ ମୀରାଙ୍କ ଭୋଟ ମୂଲ୍ୟ ୨ ହଜାର ୫୩୩ ରହିଛି ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତାଙ୍କୁ ପଦଗୋପନୀୟତା ଶପଥପାଠ କରାଇବେ । ତେବେ ଚର୍ଚ୍ଚା ହେଉଛି ବିଭିନ୍ନ ରାଜ୍ୟର କ୍ରସ ଭୋଟିଂ ଯୋଗୁଁ ରାମନାଥଙ୍କୁ ବହୁମତ ମିଳିଛି । ମିଳିଥିବା ଖବର ଅନୁସାରେ ଉଭୟ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ଭୋଟ୍ କ୍ରସ ଭୋଟିଂ ହୋଇଛି । ଏହି ରାଜ୍ୟ ଗୁଡିକ ହେଉଛି, ପଂଜାବ, ପଶ୍ଚିଂମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ, ତ୍ରିପୁରା, ଦିଲ୍ଲୀ ଏବଂ ଗୋଆ । କ୍ରସ ଭୋଟିଂ ଯୋଗୁଁ କୋବିନ୍ଦଙ୍କୁ ପ୍ରାୟ ୧୧୫ଟି ଅତିରିକ୍ତ ଭୋଟ ମିଳିଛି ।
COMMENTS