ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂ ପଦକ୍ଷେପ

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା ପାଇଁ ଗତ ଗୁରୁବାର ଦିନ ଆଉ ପଦକ୍ଷେପ ନେଇ...

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା ପାଇଁ ଗତ ଗୁରୁବାର ଦିନ ଆଉ ପଦକ୍ଷେପ ନେଇଛନ୍ତି ।

ଇଣ୍ଟରନେଟ୍ ବ୍ୟାକିଂ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ  ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଓ ରିୟଲ ଟାଇମ ଗ୍ରସ୍ ସେଟେଲମେଣ୍ଟ(ଆରଟିଜିଏସ୍)ରେ କଟୁଥିବା ଚାର୍ଜରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଛି ।

ଏହି ରିହାତି ଆସନ୍ତା ୧୫ ଜୁଲାଇରୁ ଲାଗୁ ହେବ । ଏସବିଆଇ ତରଫରୁ କରାଯାଇଥିବା ଏହି ଛାଡ ପରେ ନେଟ ବ୍ୟାକିଂ ଓ ମୋବାଇଲ ବ୍ୟାକିଂ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବହୁ ଫାଇଦା ହେବ ।

ଏନଇଏଫଟି –

ଏନଇଏଫଟିରେ ଏବେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ଉପରେ ବ୍ରାଞ୍ଚ ଚ୍ୟାନେଲକୁ ୨.୫୦ ଟଙ୍କା ଦେବାକୁ ପଡ଼ିବ । ଏହାସହ ଇଣ୍ଟରନେଟ କିମ୍ବା ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାଞ୍ଜାକ୍ସନ ଉପରେ ୧ ଟଙ୍କା ଦେବାକୁ ପଡ଼ିବ । ଏହା ପୂର୍ବରୁ ୧୦,୦୦୦ ରୁ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଅନଲାଇନ ଟ୍ରାଞ୍ଜାକ୍ସନ ଉପରେ ୪ ଟଙ୍କା ଦେବାକୁ ପଡ଼ୁଥିଲା, ତାହା ଏବେ ୨ଟଙ୍କା ହୋଇଯାଇଛି ।

ଆରଟିଜିଏସ୍ –

ଆରଟିଏସରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ପ୍ରଥମେ ଯେଉଁଠି ୨୦ ଟଙ୍କା ଦେବାକୁ ପଡ଼ୁଥିଲ, ଏବେ ତାହା ତାହା ମାତ୍ର ୫ ଟଙ୍କା ହୋଇଯାଇଛି । ବ୍ରାଞ୍ଚ ଚ୍ୟାନେଲକୁ ଏହି ସେବା ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ୫ ଲକ୍ଷରୁ ଅଧିକ ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ପ୍ରଥମେ ୪୦ ଟଙ୍କା ଦେବାକୁ ପଡ଼ୁଥିଲା, ଯାହା ଏବେ ୧୦ ଟଙ୍କା ହୋଇଯାଇଛି । ଏହାସହ ଏଇଠି କହିରଖୁଛୁ ଏହି ସବୁ ଦରରେ ଜିଏସଟି ସାମିଲ ନାହିଁ ।

ଆଇଏମପିଏସ ସେବା-

ଆଇଏମପିଏସ ଏକ ଇଲୋକ୍ଟୋନିକ ମାଧ୍ୟମରେ ତ୍ୱରିତ ଟଙ୍କା ନେଣଦେଣ ସେବା ଅଟେ । ଆଉ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧ହଜାର ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ୍ ତତ୍କାଳ ସେବା ଉପରେ ଲାଗୁଥିବା ଶୁଳ୍କକୁ ଉଠାଇ ନେଇଛନ୍ତି । ଏହା ପୂର୍ବରୁ ୧ହଜାର ପର୍ଯ୍ୟନ୍ତ ଆଇଏମପିଏସ୍ ନେଣଦେଣ ଉପରେ ଦେୟ ସେବାକର ସହିତ ବ୍ୟାଙ୍କ ପ୍ରତି ନେଣଦେଣକୁ ୫ ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରୁଥିଲା ।

ବସ୍ତୁ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଆର୍ଥିକ ନେଣଦେଣ ଉପରେ ୧୮% କର ବ୍ୟବସ୍ଥା କରାଯାଇଛି । ଏବେ ୧୦୦୦ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ ନେଣଦେଣ ଉପରେ କୌଣସି କର ଲଗାଯାଉନଥିବା ବେଳେ ୧ହଜାର ରୁ ୧ଲକ୍ଷ ନେଣଦେଣ ଉପରେ ୫ଟଙ୍କା ଏବଂ ୧ ଲକ୍ଷରୁ୨ ଲକ୍ଷ ନେଣଦେଣରେ ୧୫ଟଙ୍କା ଶୁଳ୍କ ଦେବାକୁ ପଡ଼ିବ ।

ଏହା ପୂର୍ବରୁ ଗତ ସପ୍ତାହରେ ଏସବିଆଇ ୧ ବର୍ଷ ପାଇଁ ୧ କୋଟି ଟଙ୍କାରୁ କମ୍ ରାଶିଯୁକ୍ତ ଟଙ୍କା ଜମା ଉପରେ ସୁଧ ପ୍ରତିଶତକୁ କମ କରି ୬.୭୫% କରିଦେଇଥିଲା । ଯାହାକି ସାତ ବର୍ଷଧରି ଚାଲି ଆସୁଥିବା ବ୍ୟବସ୍ଥା ଠାରୁ କମ ଥିଲା ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂ ପଦକ୍ଷେପ

COMMENTS

Name

enews,156,Latest,600,
ltr
item
EnewsOdia: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂ ପଦକ୍ଷେପ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂ ପଦକ୍ଷେପ
http://enewsodia.com/wp-content/uploads/2017/07/%E0%AC%AD%E0%AC%BE%E0%AC%B0%E0%AC%A4%E0%AD%80%E0%AD%9F-%E0%AC%B7%E0%AD%8D%E0%AC%9F%E0%AD%87%E0%AC%9F%E0%AD%8D-%E0%AC%AC%E0%AD%8D%E0%AD%9F%E0%AC%BE%E0%AC%99%E0%AD%8D%E0%AC%95-%E0%AC%8F%E0%AC%B8%E0%AC%AC%E0%AC%BF%E0%AC%86%E0%AC%87-%E0%AC%87%E0%AC%A3%E0%AD%8D%E0%AC%9F%E0%AC%B0%E0%AC%A8%E0%AD%87%E0%AC%9F-%E0%AC%93-%E0%AC%AE%E0%AD%8B%E0%AC%AC%E0%AC%BE%E0%AC%87%E0%AC%B2-%E0%AC%AC%E0%AD%8D%E0%AD%9F%E0%AC%BE%E0%AC%99%E0%AD%8D%E0%AC%95%E0%AC%BF%E0%AC%82-%E0%AC%AA%E0%AC%A6%E0%AC%95%E0%AD%8D%E0%AC%B7%E0%AD%87%E0%AC%AA.png
EnewsOdia
https://enewsodiaofficial.blogspot.com/2017/07/blog-post_14.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/07/blog-post_14.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy